ଡ୍ରିମ୍‌ସରେ ହ୍ୟୁଣ୍ଡାଇ ମୋଟର୍ସର କ୍ୟାମ୍ପସ ଚୟନ

ଭୁବନେଶ୍ୱର,୮।୧୦ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଶିଳ୍ପ ତାଲିମ କେନ୍ଦ୍ର (ଡ୍ରିମ୍‌ସ ଆଇଟିଆଇ)ର ସଂଖ୍ୟାଧିକ ଛାତ୍ର ରେକର୍ଡସଂଖ୍ୟକ କ୍ୟାମ୍ପସ ନିଯୁକ୍ତି ହାସଲ କରିଛନ୍ତି। ଏପରିକି ଡ୍ରିମ୍‌ସ ପରିସରରେ ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସଂଖ୍ୟାଧିକ ଛାତ୍ର ସଫଳତା ହାସଲ କରିଥିଲାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ହ୍ୟୁଣ୍ଡାଇର ଅଧିକୃତ ଶୋ’ରୁମ୍‌ ଓ ୱାର୍କଶପ୍‌ ଆଦିରେ ନିଯୁକ୍ତି ନିମନ୍ତେ ସାର୍ଟିଫିକେଟ୍‌ ମଧ୍ୟ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ମେଗା କ୍ୟାମ୍ପସ ଚୟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମରେ କୋଲକାତାସ୍ଥିତ ହ୍ୟୁଣ୍ଡାଇର ସର୍ଭିସ ଟ୍ରେନିଂ ମୁଖ୍ୟ ପ୍ରଣୟ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ପାଇଁ ମନୋନୀତ ଛାତ୍ରଙ୍କ ବୈଷୟିକ ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଉତ୍କଳ ହ୍ୟୁଣ୍ଡାଇ, ଓଏସ୍‌ଏଲ ହ୍ୟୁଣ୍ଡାଇ ଓ ଇନ୍‌ଫିନିଟ୍‌ ହ୍ୟୁଣ୍ଡାଇର ବରିଷ୍ଠ କର୍ମଚାରୀ ଓ ମାନବ ସମ୍ବଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଅପରପକ୍ଷରେ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ବରିଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ନିର୍ଦ୍ଦେଶକ (ଛାତ୍ର କଲ୍ୟାଣ) ଲୋକନାଥ ବେହେରା ପ୍ରମୁଖ ନିଯୁକ୍ତି ସୁଯୋଗ ପାଇଥିବା ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେହିପରି ଡ୍ରିମ୍‌ସ ଆଇଟିଆଇର ଅଧ୍ୟକ୍ଷ ଇଂ. ପ୍ରଶାନ୍ତ କୁମାର ନାୟକ ଏବଂ ପ୍ରଶିକ୍ଷକ ତପସ୍ବୀ କୁମାର ଆଚାର୍ଯ୍ୟ, ଯୁଧିଷ୍ଠିର ସାହୁ, ରବିନାରାୟଣ ପାତ୍ର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେଡିଟ୍ କାର୍ଡ ଉପରେ ଫି ବଢ଼ାଇଲା ଏସବିଆଇ: ଏହି ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ,୮।୧୦: ଖୁବଶୀଘ୍ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର କ୍ରେଡିଟ୍ କାର୍ଡ ସର୍ଭିସ ଉପରେ ଫି ବଢାଇବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ...

ନଭେମ୍ବର ୧୫ରେ ସରିବ ପିଜିଡିଏସ୍‌ର ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍‌ (ପିଜିଡିଏସ୍‌) ର ୨୦ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ନିବେଶକ ହରାଇଲେ ୯ଲକ୍ଷ କୋଟି

ମୁମ୍ବାଇ,୮।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାର କାରବାର ଉପରେ ପଡୁଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

ବେଦାନ୍ତ ପକ୍ଷରୁ ଜାତୀୟ ପୋଷଣ ମାସ

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ପୋଷଣ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଏହା ସମ୍ପୂର୍ଣ୍ଣ...

ସଚିନ ବିଓବିର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୮।୧୦: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ...

ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବ ଓରାଭେଲ ଷ୍ଟେଜ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଓରାଭେଲ ଷ୍ଟେଜ୍‌ ଏବଂ ଜି୬ ହସ୍ପିଟାଲିଟି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ପୁଣି ରେକର୍ଡ ଭାଙ୍ଗିଲା ସୁନା ମୂଲ୍ୟ: ଖୁବଶୀଘ୍ର ପାର କରିଯିବ ୮୦ ହଜାର

ମୁମ୍ବାଇ,୭।୧୦: ବଢିଚାଲିଛି ସୁନା ଦାମ୍। ସୋମବାର ପୁଣି ରେକର୍ଡ ଭାଙ୍ଗିଛି ସୁନା ମୂଲ୍ୟ। ସୋମବାର ସୁନା ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ...

ଯୁଦ୍ଧ ପରେ ଚାଇନା ପ୍ରଭାବ: ତଳମୁହାଁ ଭାରତୀୟ ପୁଞ୍ଜି ବଜାର, ଲକ୍ଷାଧିକ କୋଟି ଟଙ୍କା ହରାଇଲେଣି ନିବେଶକ

ମୁମ୍ବାଇ,୭।୧୦: ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧାମୁହାଁ ହେଉଥିବା ବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri