Categories: ଖେଳ

ନିତା ଫୁଟବଲ ଏକାଡେମୀ ପକ୍ଷରୁ ଖେଳାଳି ଚୟନ ୧୪ରୁ

ଖୁଣ୍ଟୁଣୀ, ୧୩ା୭ (ସଚ୍ଚିଦାନନ୍ଦ ପଣ୍ଡା): ନିତା ଫୁଟବଲ ଏକାଡେମୀ ପକ୍ଷରୁ ଓଡ଼ିଶାର ବାଳିକା ଯୁବ ପ୍ରତିଭା ଫୁଟବଲ ଖେଳାଳି ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ସ୍ଥରରେ ପହଞ୍ଚାଇବାକୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ୨୦୨୩-୨୪ ବର୍ଷ ପାଇଁ ୧୫,୧୭ ଓ ୧୯ ବର୍ଷରୁ କମ ବାଳିକା ଖେଳାଳିମାନଙ୍କ ଚୟନ କରାଯିବାକୁ ଏକାଡେମୀ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ଚୟନ ଖୁଣ୍ଟୁଣୀ ସ୍ଥିତ ରାଧାଦାମୋଦରପୁରଠାରେ ଥିବା ଧବଳେଶ୍ବର ପଲିଟେକ୍ନିକ ନିତା ଫୁଟବଲ ଏକାଡେମୀ କ୍ୟମ୍ପସରେ ଆଗାମୀ ୧୪, ୧୫ ଓ ୧୬ ତାରିଖ ୩ ଦିନ ଧରି ଅନୁଷ୍ଟିତ ହେବ ବୋଲି ଏକାଡେମୀ ଅଧ୍ୟକ୍ଷ ଇଂ ସୁବ୍ରତ କୁମାର ଦାସ ସୂଚନା ଦେଇଛନ୍ତି । ଯେଉଁ ପିଲାମାନେ ଏହି ଚୟନ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହେବେ, ସେମାନଙ୍କୁ ପଲିଟେକ୍ନିକ ପରିସରରେ ଥିବା ଖେଳ ପଡ଼ିଆରେ ଖେଳିବା ସହିତ ହଷ୍ଟେଲରେ ପାଠ ପାଇବା, ରହିବା ଓ ଖାଇବାର ସମସ୍ତ ବ୍ୟବସ୍ଥା ମାଗଣାରେ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିରେ ୧୫,୧୭ ଓ ୧୯ ବର୍ଷରୁ କମ ବାଳିକା ବର୍ଗରେ ଖେଳୁଥିବା ଓଡିଶାର ସମସ୍ତ ଖେଳାଳି ମାନେ ଆସି ଭାଗ ନେବାକୁ ସେ ନିବେଦନ କରିଛନ୍ତି ।

Share