Advertisement

ଜୀବନ ଜ୍ୟୋତି କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର

ରାଇକିଆ,୬।୧(ପ୍ରଦୀପ ବେହେରା ): କନ୍ଧମାଳ ଜିଲା ରାଇକିଆ ଜୀବନ ଜ୍ୟୋତି କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି ଆତ୍ମସୁରକ୍ଷା ତାଲିମ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ ଅଧ୍ୟାପିକା ଲିଜାଲିନ ଭୋଇ ସ୍ବାଗତ ଭାଷଣ ତଥା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ରାଇକିଆ ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ କୁମାର ସାହୁ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଟୁଟୁ ପଲାଇ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ ପ୍ରଭାକର ରାଜୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଏହାର ଆବଶ୍ୟକତା ଏବଂ ଛାତ୍ରୀମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ହେବାକୁ ପରାମର୍ଶ ଦେଇଥିଲେ। ପ୍ରାଧ୍ୟାପକ ଉମାକାନ୍ତ ରଥ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଅଧ୍ୟାପକ ଡ. ସନ୍ତୋଶ କୁମାର ନାୟକ ଆତ୍ମସୁରକ୍ଷ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ତାଲିମ ଦାତ୍ରୀ ସୁନେଲି ପଲେଇ ମଧ୍ୟ ନିଜର ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ। କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share