Advertisement

ଆତ୍ମସୁରକ୍ଷା ତାଲିମ ମନୋବଳ ବୃଦ୍ଧିରେ ହୁଏ ସହାୟକ

ରାଇକିଆ,୧୧/୩(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଲାଗି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଅଛି। ମାଷ୍ଟର ସୁନେଲି ପଲେଇ ଆତ୍ମସୁରକ୍ଷା ଉପରେ ତାଲିମ ପ୍ରଦାନ କରିଥିଲେ। ଏଥିରେ ଭାଗ ନେବା ଲାଗି ଛାତ୍ରୀଙ୍କ ଆଗ୍ରହ ବଢୁଥିବା ମନୋବଳ ବୃଦ୍ଧି ରେ ମଧ୍ୟ ସହାୟକ ହେଉଛି। ଆଜି ଆତ୍ମସୁରକ୍ଷା ତାଲିମ ଶିବିରରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାକର ରାଜୁ, ବକ୍ତା ଭାବେ ବରିଷ୍ଠ ପ୍ରାଧ୍ୟାପକ ଉମାକାନ୍ତ ରଥ, ଅଧ୍ୟାପକ ଡା ସନ୍ତୋଷ କୁମାର ନାୟକ, ଅଧ୍ୟାପିକା ଶ୍ରୀମତୀ ମଞ୍ଜୁଳା ସାହୁ ସହିତ ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଯୋଗ ଦେଇ ଛାତ୍ରୀ ମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମଟିକୁ କଲେଜ ର ଆତ୍ମ ସୁରକ୍ଷା ତାଲିମ ପ୍ରୋଗ୍ରାମ ଅଫିସର ତଥା ଅର୍ଥନୀତି ବିଭାଗ ର ଅଧ୍ୟାପିକା କାଜଲ ଦଳାଇ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପିକା ସସ୍ମିତା ଲୋହର ଧନ୍ୟବାଦ ଅର୍ପଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel