ଆତ୍ମନିର୍ଭର ଭାରତ: ଦେଶରେ ନିର୍ମିତ ହେବ ୯୨୮ ପ୍ରତିରକ୍ଷା ଉତ୍ପାଦ, ସଞ୍ଚୟ ହେବ ୭୧୫ କୋଟି…

ନୂଆଦିଲ୍ଲୀ,୧୪।୫ : ଆତ୍ମନିର୍ଭର ଭାରତ ଅନ୍ତର୍ଗତ ପ୍ରତିରକ୍ଷା ମନ୍ତ୍ରଣାଳୟ ୯୨୮ ଉତ୍ପାଦ ତାଲିକା ଜାରି କରିଛି। ଏସବୁ ପ୍ରତିରକ୍ଷା ଉତ୍ପାଦ ଭାରତରେ ନିର୍ମିତ ହେବ। ଏହାଦ୍ୱାରା ଦେଶର ୭୧୫ କୋଟି ଟଙ୍କା ସଞ୍ଚୟ ହେବ। ଆଗାମୀ ୫ ଅବା ସାଢ଼େ ୫ ବର୍ଷ ମଧ୍ୟରେ ଏସବୁ ଉତ୍ପାଦ ଆଉ ବିଦେଶରୁ ଆମଦାନୀ କରାଯିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

୨୦୨୩ରୁ ୨୦୨୮ ପର୍ଯ୍ୟନ୍ତ ୯୨୮ ଉତ୍ପାଦ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତିଗ୍ରହଣ କରାଯାଇଛି। ଏଥି ପାଇଁ ୧୩୦ ବିଲିୟନ ଡଲାରର ବ୍ୟୟ ଅଟକଳ କରାଯାଇଛି। ଏହାଦ୍ୱାରା ୧.୭୫ ଲକ୍ଷ କୋଟିର ଅସ୍ତ୍ରଶସ୍ତ୍ର ତ୍ତତ୍ପାଦନ ଲକ୍ଷ୍ୟ ରଖାଯାଇଛି।

Share