‘ସ୍ଵ-ଅଧ୍ୟୟନ ମାରାଥନ୍‌’ କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ, ୧୬।୬ – ଅନୁଗୋଳ ସୌଭାଗ୍ୟନଗରସ୍ଥିତ ‘ଆର୍ଯ୍ୟଭଟ୍ଟ ଏଜୁକେଶନ୍‌’ ପକ୍ଷରୁ ଏକ ଦିବସୀୟ ‘ସ୍ବ-ଅଧ୍ୟୟନ ମାରାଥନ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାର ୧୦୦ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଛାତ୍ରୀଛାତ୍ରଙ୍କ ପାଇଁ ଖାଦ୍ୟ, ପାନୀୟର ବ୍ୟବସ୍ଥା କରାଯାଇଥିଲା। ଅନୁଷ୍ଠାନର ପଦାର୍ଥ ବିଜ୍ଞାନ ଶିକ୍ଷକ ବିନୋଦ ବିହାରୀ ମାଝି, ସହଯୋଗୀ ଶିକ୍ଷକ ଶ୍ରୀକାନ୍ତ ଦାସ, ଜେ.ରାଜେଶ ରାଓ, ଟୁକୁ ସାହୁ, ସୀତେଶ ସାହୁ, ସଞ୍ଜୟ ଭୋଇ ଏବଂ ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ। କରୋନା ପାଇଁ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ପାଠପଢ଼ା ମଧ୍ୟରେ ଛାତ୍ରୀଛାତ୍ରଙ୍କ ମାନସିକ ଅବସ୍ଥା ବିଗିଡ଼ିବାରେ ଲାଗିଛି। ସ୍ବ-ଅଧ୍ୟୟନ ଏବଂ ପୁସ୍ତକ ପଠନ ପ୍ରତି ଆଗ୍ରହ କମିବାରେ ଲାଗିଛି। ପାଠପଢ଼ା ସହିତ ପୁସ୍ତକ ଅଧ୍ୟୟନ ପ୍ରତି ଆନ୍ତରିକତା ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।