ଚେନ୍ନାଇ,୧୯।୧୨: ଜଣେ ମହିଳା ଭକ୍ତଙ୍କୁ ବଳତ୍କାର କରିବା ଅଭିଯୋଗରେ ଆତ୍ମଘୋଷିତ ଗଡ୍ମ୍ୟାନ ସାଥିୟା ନାରାୟଣନନ ଗିରଫ ହୋଇଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ସ୍ତ୍ରୀ ପୁଷ୍ପଲତା ସହାୟତା କରୁଥିଲେ। ଏଥିସହ ଗଡ୍ମ୍ୟାନ ପୀଡ଼ିତାଙ୍କ ଆପତ୍ତିଜନକ ଫଟୋ ସଂଗ୍ରହ କରି କାହାକୁ ଅଭିଯୋଗ କଲେ ଉକ୍ତ ଫଟୋ ସାଧାରଣରେ ପ୍ରକାଶ କରିଦେବେ ବୋଲି ଧମକ ଦେଇଥିଲେ।
ଅଭିଯୁକ୍ତ ସାଥିୟା ଓ ତାଙ୍କ ସ୍ତ୍ରୀଙ୍କର ଚେନ୍ନାଇରେ ‘ଶିରିଡିପୁରମ ସର୍ବଶକ୍ତି ପୀଠମ୍ ସାଇ ବାବା କୋଇଲ’ ନାମରେ ଏକ ମନ୍ଦିର ରହିଛି। ପୀଡ଼ିତା ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କ ଜେଜେମା’ଙ୍କ ସହ ଉକ୍ତ ମନ୍ଦିରକୁ ଅନେକ ସମୟରେ ଆସୁଥିଲେ। ୨୦୧୬ ଏପ୍ରିଲ ୧୨ରେ ସେ ଏକାକୀ ମନ୍ଦିର ଯାଇଥିବା ବେଳେ ପୁଷ୍ପଲତା ତାଙ୍କୁ ନିଶା ଜୁସ୍ ପିଇବାକୁ ଦେଇଥିଲେ। ପରେ ସାଥିୟା ଓ ପୁଷ୍ପଲତା ଉକ୍ତ ଛାତ୍ରୀଙ୍କୁ ଉଲଗ୍ନ କରି ଫଟୋ ନେବା ସହ ସାଥିୟା ବଳାତ୍କାର କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଥିବା ତାମିଲନାଡୁ ପୋଲିସ କହିଛି।