ସ୍ବାବଲମ୍ବୀ କରୁଛି ହଳଦୀ

ମାଲକାନଗିରି, ୨୯ା୮(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ପ୍ରାୟ ୪୦ ଟନରୁ ଊର୍ଦ୍ଧ୍ୱ ହଳଦୀ ଅମଳ ହେଉଛି। ଏହି ହଳଦୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମଧ୍ୟ ବିଗତ ଦିନରେ ସରକାର ପଦକ୍ଷେପ ନେଇଛନ୍ତି। ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ହଳଦୀ ଗୁଣ୍ଡ ପ୍ରକ୍ରିୟାକରଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ବର୍ତ୍ତମାନ ସେହି ପ୍ରୟାସରେ ଅଞ୍ଚଳରେ ଥିବା ଅନେକ ମହିଳା ହଳଦୀ ଚାଷ ଓ ବିକ୍ରୟ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି । ଜିଲାର ଚିତ୍ରୋକୋଣ୍ଡା ବ୍ଲକର ମା’ ତାରିଣୀ ଏସ୍‌ଏଚଜି ଗୋଷ୍ଠୀର ସଦସ୍ୟାମାନେ ଜୈବିକ ହଳଦୀକୁ ପ୍ରକ୍ରିୟାକରଣ କରି ଗୁଣ୍ଡକୁ ପ୍ୟାକିଂ କରି ଜିଲା ପ୍ରଶାସନର ସହଯୋଗରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ବିଏସ୍‌ଏଫ୍‌ କ୍ୟାମ୍ପକୁ ହଳଦୀଗୁଣ୍ଡ ଯୋଗାଇ ଦେଉଛନ୍ତି। ବିଏସ୍‌ଏଫ୍‌ କ୍ୟାମ୍ପ ସେମାନଙ୍କଠାରୁ ୨୦୦ କିଲୋରୁ ଊର୍ଦ୍ଧ୍ୱ ହଳଦୀ ଗୁଣ୍ଡ ନେଉଛନ୍ତି। ଫଳରେ ଏହି ମହିଳାମାନେ ଆର୍ଥିକ ଲାଭ ପାଇବା ସହ ଆଗାମୀ ଦିନରେ ଆହୁରି ଅଧିକ ହଳଦୀଗୁଣ୍ଡ ପ୍ରସ୍ତୁତ କରି ବିଭିନ୍ନ ବଜାରରେ ବିକ୍ରି ଲାଗି ପ୍ରେରଣା ପାଉଛନ୍ତି ।

Share