Categories: ଜାତୀୟ

‘କୁ’ରେ ସେଲ୍ଫ-ଭେରିଫିକେଶନ

ନୂଆଦିଲ୍ଲୀ, ୭।୪: ମାଇକ୍ରୋବ୍ଲଗିଂ ତଥା ସୋସିଆଲ ନେଟଓ୍ବର୍କିଂ ଆପ୍ଲିକେଶନ ‘କୁ’ ସେଲ୍ଫ ଭେରିଫିକେଶନ ଫିଚର ଆଣିଛି। କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏହି ସୁବିଧା ଆଣିବାରେ ‘କୁ’ ପ୍ରଥମ। ସରକାରଙ୍କ ଦ୍ୱାରା ଅନୁମୋଦିତ ପରିଚୟପତ୍ର ଯଥା ଆଧାର କାର୍ଡର ବ୍ୟବହାର ଦ୍ୱାରା ଯେ କୌଣସି ବ୍ୟକ୍ତି ‘କୁ’ରେ ସେମାନଙ୍କ ପ୍ରୋଫାଇଲ୍‌କୁ ନିଜେ ଭେରିଫାଏ କରିପାରିବେ। ମାତ୍ର ୩୦ ସେକେଣ୍ଡରେ ୟୁଜର୍ସଙ୍କ ଆକାଉଣ୍ଟ ଭେରିଫାଏ ହୋଇପାରିବ ବୋଲି ‘କୁ’ ପକ୍ଷରୁ କୁହାଯାଇଛି। ଏହାପରେ ‘କୁ’ ଯୁଜର୍ସଙ୍କ ପ୍ରୋଫାଇଲରେ ବ୍ଲୁ ଟିକ୍‌ ମାର୍କ ଦେଖିବାକୁ ମିଳିବ। ଭେରିଫିକେଶନ ସହ ଜଡ଼ିତ ୟୁଜର୍ସଙ୍କ କୌଣସି ତଥ୍ୟକୁ ‘କୁ’ ଷ୍ଟୋର କରିବ ନାହିଁ ବୋଲି କୁହାଯାଇଛି।

Share