ଗଞ୍ଜାମ ସହରରେ ହେବାକୁ ଯାଉଛି ସେଲ୍‌ଫି ପଏଣ୍ଟ: ଭୂମିପୂଜା କଲେ ତହସିଲଦାର

ଗଞ୍ଜାମ ,୩୧।୮(ଡି.ଏନ୍‌.ଏ.): ଖୁବ୍‌ଶୀଘ୍ର ଗଞ୍ଜାମ ସହରରେ ହେବାକୁ ଯାଉଛି ସେଲ୍‌ଫି ପଏଣ୍ଟ l ଏଥିପାଇଁ ପବିତ୍ର ଗଣେଶ ପୂଜା ଏବଂ ସ୍ବାୟତ୍ତ ଶାସନ ଦିବସ ଅବସରରେ ତହସିଲଦାର ଅରୁଣ କୁମାର ନାୟକ ବୁଧବାର ଭୂମି ପୂଜା କରିଛନ୍ତି।
ଏନ୍‌ଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରିୟା ସାବତ ପ୍ରମୁଖ ଉପସ୍ଥିତ ଥିଲେ ।
ଏଥିସହ ସେଲ୍‌ଫି ପଏଣ୍ଟ ନିକଟରେ ମିନିପାର୍କ ମଧ୍ୟ ନିର୍ମାଣ ହେବ। ଏଥିପାଇଁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଥିବା ବେଳେ ଟେଣ୍ଡର କାର୍ଯ୍ୟ ମଧ୍ୟ ସରିଛି। ଏହା ନିର୍ମାଣ ପାଇଁ ୧୨ ଲକ୍ଷ ୮୪ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଏନ୍‌ଏସି ଜେଇ ମାନସ ରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତ। ତହସିଲଦାର ନାୟକଙ୍କ ପ୍ରଚେଷ୍ଟାରେ ଏହା ହେବାକୁ ଯାଉଛି। ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଏନ୍‌ଏସି ପ୍ରଶାସନ ପକ୍ଷରୁ କୁହାଯାଇଛ।

Share