Categories: ଫୁରସତ

ସେଲ୍ଫି ଟୋଷ୍ଟର

ସେଲ୍ଫିର କ୍ରେଜ୍‌ ଦିନକୁ ଦିନ ବଢିବାରେ ଲାଗିଛି। ବାଟେ ଘାଟେ ସବୁଠି ଲୋକେ ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛନ୍ତି। ଏହି କ୍ରେଜ୍‌କୁ ନଜରରେ ରଖି ଏକ ଅଜବ ଇଲେକ୍ଟ୍ରୋନିକ ସାମଗ୍ରୀ ତିଆରି କରାଯାଇଛି। ତାହା ହେଉଛି ଓ୍ବରମୋଣ୍ଟ ନୋବେଲ୍ଟି ଟୋଷ୍ଟର କର୍ପୋରେଶନ୍‌ ଦ୍ୱାରା ନିର୍ମିତ ଏକ ଟୋଷ୍ଟର୍‌। ଏହା ଏଭଳି ଏକ ଟୋଷ୍ଟର ଯାହା ବ୍ରେଡ୍‌ ଉପରେ ଆପଣଙ୍କ ଫଟୋ ତିଆରି କରିଦେବ। ତେଣୁ ଏହାର ନାମ ‘ସେଲ୍ଫି ଟୋଷ୍ଟର’ ରଖା ଯାଇଛି। ଏହା ଏକ କଷ୍ଟୋମାଇଜ୍‌ଡ ଟୋଷ୍ଟର ଅଟେ। ଯେଉଁଥିରେ କମ୍ପାନୀ ଅର୍ଡର କରୁଥିବା ଗ୍ରାହକଙ୍କ ଫଟୋକୁ ଏକ ଫ୍ରେମ୍‌ରେ ଡିଜାଇନ୍‌ କରିଥାଏ। ବ୍ରେଡ ସହ ସେହି ଫ୍ରେମ୍‌ ଟୋଷ୍ଟର୍‌ରେ ରହେ। ଆଉ ବ୍ରେଡ ଟୋଷ୍ଟ ହେବାବେଳେ ଫ୍ରେମ୍‌ରେ ଥିବା ବ୍ୟକ୍ତିଙ୍କ ଫଟୋ ବ୍ରେଡ୍‌ରେ ଆସିଯାଏ। ଏହାର ମୂଲ୍ୟ ୭୫ ଡଲାର ରହିଛି। ନିଜ ଫଟୋ ବ୍ରେଡ ଉପରେ ପାଇ ଗ୍ରାହକ ଖୁସି ହୋଇ ଯାଆନ୍ତି।

Share