ଟିକିରି,୧୫ା୨(ଡି.ଏନ୍.ଏ.): ରାୟଗଡ଼ା ଜିଲା ଭାଲୁମସ୍କା ଗ୍ରାମକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ପିଲା। ସେଠାରୁ ୩ ଜଣ ସାଙ୍ଗ ହୋଇ ନିକଟସ୍ଥ ରେଳଷ୍ଟେଶନକୁ ଯାଇଥିଲେ। ସେଠାରେ ମାଲବାହୀ ଗାଡ଼ି ଠିଆ ହୋଇଥିବା ବେଳେ ୩ ପିଲାଙ୍କ ମଧ୍ୟରୁ ରେଳ ଉପରକୁ ଚଢ଼ି ସେଲ୍ଫି ନେଇଥିଲେ ଦେବେନ୍ଦ୍ର ନାମକ ଜଣେ ପିଲା। ସେହି ସମୟରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଜିଆରିପି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି। ଏହି ମୃତକ ଜଣକ କାଶୀପୁର ବ୍ଲକ ବତ୍ରିବାଲି ଗ୍ରାମର ବୋଲି ଜଣାପଡ଼ିଛି।