ବିକି ଦେଉଛନ୍ତି ଆବାସ

ଦଶମନ୍ତପୁର,୧୭ା୮ ( ଅରବିନ୍ଦ ନାୟକ )କୌଣସି ମୌଳିକ ସୁବିଧା ସୁଯୋଗ ପାଉ ନ ଥିବା ଲୋରେଶ ଗ୍ରାମବାସୀ ସୋମବାର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସରକାରଙ୍କ କାର୍ଯ୍ୟକାରୀ ବିଭିନ୍ନ ଯୋଜନାରୁ ସେମାନେ ସୁଫଳ ପାଉ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ଗ୍ରାମକୁ ରାସ୍ତା ନ ଥିବାରୁ ପକ୍କାଘର ଅବା ଆବାସ ଯୋଜନାରେ ସେମାନଙ୍କୁ ମିଳୁଥିବା ଘର ନିର୍ମାଣ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଫଳରେ ସେମାନେ ବାଧ୍ୟହୋଇ ଏହାକୁ ଅନ୍ୟ ଗ୍ରାମର ଲୋକଙ୍କୁ ବିକ୍ରିକରି ଦେଉଥିବା ପ୍ରକାଶ କରିଛନ୍ତି ଲୋରେଶବାସୀ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି।
ଏହି ଗ୍ରାମରେ ୩୦ ଘର ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି। ଗ୍ରାମବାସୀ ଏଯାଏ ସରକାରଙ୍କ କୌଣସି ଯୋଜନାରୁ କିଛି ସୁଫଳ ପାଇ ନ ଥିବା ଅଭିଯୋଗ କରିଛନ୍ତି। ଗ୍ରାମଟି ଦଶମନ୍ତପୁର ବ୍ଲକଠାରୁ ୯ କି.ମି. ଦୂରରେ ଥିବା ବେଳେ ମରିଚଗୁଡ଼ା ଗ୍ରାମଠାରୁ ୫ କି.ମି. ଦୂରରେ ରହିଛି। ମରିଚଗୁଡ଼ା ଗ୍ରାମ ନିକଟରେ ପ୍ରବାହିତ ଅନ୍ଧରୀଗାଡ଼ ନଦୀ ଏବଂ ଖଣ୍ଡାଧାର ପାହାଡ଼ ସେମାନଙ୍କ ଉନ୍ନତିରେ ପ୍ରତିବନ୍ଧକ ସାଜିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କେବଳ ସ୍ବାସ୍ଥ୍ୟସେବା ବ୍ୟତୀତ ପକ୍କାରାସ୍ତା, ଶିକ୍ଷା, ପାନୀୟ ଜଳ, ଖାଉଟି ଯୋଜନା, ବିଦ୍ୟୁତୀକରଣରୁ ଏଯାଏ ବଞ୍ଚତ୍ତ ହୋଇ ରହିଛନ୍ତି ବୋଲି ଗ୍ରାମର ରାଜୀବ ଜମ୍ବେକା, ଧନୁର୍ଜୟ କମାର, ଭୀମ ପାଇକ, ଇଶୁଦାସ ସାଉଁନ୍ତା, ପ୍ରତାପ ସାଉଁନ୍ତା, ରଞ୍ଜ ମିଣିଆକା, ଜୁନେଶ ସାଉଁନ୍ତା କହିଛନ୍ତି। ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଥିବାରୁ ସାଇକେଲରେ ଯିବା ମଧ୍ୟ କଷ୍ଟକର ହୋଇପଡିଛ। ଗ୍ରାମରେ ବିଦ୍ୟାଳୟଟିଏ ନାହିଁ। ଗ୍ରାମର ପାଠ ପଢୁଥିବା ୧୬ ଛାତ୍ରୀଛାତ୍ର ଜୀବନକୁ ବାଜି ଲଗାଇ ଖଣ୍ଡାଧାର ପାହାଡ଼ ଡେଇଁ ମରିଚଗୁଡ଼ା ବିଦ୍ୟାଳୟକୁ ଯାଉଥିବା ସେମାନେ କହିଛନ୍ତି। ରାସ୍ତା ନ ଥିବାରୁ ପକ୍କା ଘର ଅବା ଅବାସ ଯୋଜନାରେ ମିଳୁଥିବା ଘର ନିର୍ମାଣ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଫଳରେ ସେମାନେ ବାଧ୍ୟ ହୋଇ ଏହାକୁ ଅନ୍ୟ ଗ୍ରାମର ଲୋକଙ୍କୁ ବିକ୍ରିକରି ଦେଉଥିବା ଗ୍ରାମର ଉଦ୍ଧବ ସାଉଁନ୍ତା, ଚନ୍ଦ୍ର ପାଇକ, କାଳିଆ ଜାନୀ, ଲୋଚ ସାଉଁନ୍ତା, କୁମ କମାର କହିିଛନ୍ତି। ଏ ସମ୍ପର୍କରେ ବିଡିଓ ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ, ଗ୍ରାମ ପାଇଁ ମୁଖ୍ୟତଃ ରାସ୍ତା ସମସ୍ୟା ଯୋଗୁ ଯୋଜନାର ସୁଫଳ ଳୋକଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଏ ଦିଗରେ କ’ଣ କରାଯାଇପାରିବ ସେ ପଦକ୍ଷେପନେଇ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri