ବ୍ରାଣ୍ଡେଡ୍‌ କମ୍ପାନୀର ନକଲି ଲୋଗୋରେ ତରଳ ୟୁରିଆ କାରବାର, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଖୋର୍ଦ୍ଧା,୩ା୮(ପ୍ରଭାତ ପାଣିଗ୍ରାହୀ): ବ୍ରାଣ୍ଡେଡ କମ୍ପାନୀର ନକଲି ଲୋଗୋ ଲଗାଇ ବିକ୍ରି ନକଲି ତରଳ ୟୁରିଆ ବିକ୍ରି କରୁଥିଲେ। ୧୬ ନଂ ରାଜପଥ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟାପଡ଼ା ଛକ ଚା’ ଦୋକାନରେ ଦୀର୍ଘ ଦିନ ଧରି ଚାଲିଥିଲା ନକଲି କାରବାର। ଇଆଇପିଏଫ(ଇଣ୍ଡିଆ)ପ୍ରା ଲିମିଟେଡ ଗୋଇନ୍ଦା ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ଯାଞ୍ଚ ବେଳେ ଏକ ଚା’ ଦୋକାନ ରୁ ୬୪ ଟି ଟାଟା ଡିଇଏଫ୍‌ ଓ ଗଲ୍ଫ ୟୁରିଆ ବାଲ୍‌ଟି ଧରିଥିଲା। ସୂଚନା ଆଧାରରେ କଟକ ଜଗତପୁର ଏକ ଗୋଦାମରେ ଚଢ଼ାଉ ବେଳେ ୨୭୦ ଟାଟା ଡିଇଏଫ୍‌ ଓ ଗଲ୍ଫ ୟୁରିଆ ବକେଟ, ୪ ପ୍ୟାକେଟ୍‌ ୟୁରିଆ ବସ୍ତା, ୪୦ଟି ଖାଲି ବକେଟ ଏବଂ ୨ଟି ସିଣ୍ଟେକ୍ସ ଜବତ କରିଛି। ଏହି ମାମଲାରେ ପୋଲିସ ତୋଟାପଡ଼ାର ଏସ୍‌କେ ଯୁନିଆଦ ଅଲ୍ଲୀ, କଟକ ଗୋଦାମ ମାଲିକ ଶିବ ଚରଣ ସିଂ ଓ ତ୍ରିଲୋଚନ ବେହେରାଙ୍କୁ ଗିରଫ କରିଥିବା ନେଇ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ।

Share