ଏନ୍‌ଏଫ୍‌ଟିରେ ଆତ୍ମା ବିକ୍ରି

ନେଦରଲାଣ୍ଡସ୍‌, ୨ା୪: ମିମ୍‌, ଜୋକ୍‌ ଏବଂ ମନୋରଞ୍ଜନ ଭିଡିଓ ଆଦି ନନ୍‌ ଫନ୍‌ଜିବଲ ଟୋକେନ (ଏନ୍‌ଏଫ୍‌ଟି) ଜରିଆରେ ବିକ୍ରି ହେଉଛି। ନେଦରଲାଣ୍ଡସ୍‌ସ୍ଥିତ ହେଗ୍‌ ଆର୍ଟ ଏକାଡେମୀର ୨୧ ବର୍ଷୀୟ ଛାତ୍ର ଷ୍ଟିଜନ ଭାନ୍‌ ଶ୍ଚେକ୍‌ ନିଜ ଆତ୍ମାକୁ ବିକ୍ରି କରିବା ପାଇଁ ଏନ୍‌ଏଫ୍‌ଟି ପ୍ଲାଟଫର୍ମକୁ ବାଛିଛନ୍ତି। ଆତ୍ମା ବିକ୍ରି ପାଇଁ ସେ ଏକ ଓ୍ବେବ୍‌ ସାଇଟ୍‌ ତିଆରି କରିଛନ୍ତି। ଏଥିରେ ସେ ନିଜକୁ ଜଣେ କ୍ରିପ୍ଟୋ ଫ୍ୟାନ୍‌ ବୋଲି ଉଲ୍ଲେଖ କରି ଆତ୍ମା ବିକ୍ରି ଲାଗି କରାଯିବାକୁ ଥିବା ଏଗ୍ରିମେଣ୍ଟ ପାଇଁ କ୍ରିଏଟିଭ୍‌ ରାଇଟରଙ୍କୁ ହାୟର କରିଥିବା କହିଛନ୍ତି। ଷ୍ଟିଜନ୍‌ ଏକ ପେପର ମଧ୍ୟ ନିଜ ଓ୍ବେବ୍‌ ସାଇଟ୍‌ରେ ଅପ୍‌ଲୋଡ କରିଛନ୍ତି, ଯେଉଁଥିରେ ବିକ୍ରି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସେ ଭର୍ଚୁଆଲ ମୋଡ୍‌ରେ କିଭଳି ଭାବେ ଅଧିକ ପରିମାଣ ଅର୍ଥ ରୋଜଗାର କରି ହେବ ସେ ବିଷୟରେ ତର୍ଜମା ଜାରି ରଖିଛନ୍ତି। ନିଜ ଆତ୍ମା ବିକ୍ରି କରିବାକୁ ନେଇ ସେ କହିଛନ୍ତି ଯେ, ଏହା ନିହାତି ଭାବେ ଏନ୍‌ଏଫ୍‌ଟି ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିବ। ଯେଉଁ ବ୍ୟକ୍ତି ଆତ୍ମା କିଣିବେ ତାଙ୍କୁ ସମ୍ପୂର୍ଣ୍ଣ ଆତ୍ମା ଦେବା ପାଇଁ ଷ୍ଟିଜନ ପ୍ରସ୍ତୁତ। କ୍ରେତା ଆତ୍ମାର କୌଣସି ନିର୍ଦ୍ଦିଷ୍ଟ ଅଂଶକୁ ଷ୍ଟୋର କରି ରଖିବାକୁ ଚାହିଁଲେ ଏ ନେଇ ସେ ରାଜି ଥିବା କହିଛନ୍ତି।

Share