Posted inଖେଳ

ସେମିରେ ଜୋକୋଭିଚ୍‌, ଗଫ୍‌

ମେଲବୋର୍ନ,୨୪ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି କ୍ୱାର୍ଟର ଫାଇନାଲ ମ୍ୟାଚ୍‌। ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଏକ ନମ୍ବର ସିଡ୍‌ ନୋଭାକ୍‌ ଜୋକୋଭିଚ୍‌ ଓ ଜାନିକ୍‌ ସିନ୍ନର। ସେହିପରି ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ପହଞ୍ଚିଛନ୍ତି ଆରିନା ସାବାଲେଙ୍କା ଓ କୋକୋ ଗଫ୍‌। ଚଳିତ ଟୁର୍ନାମେଣ୍ଟର ଟପ୍‌ ସିଡ୍‌ର ମାନ୍ୟତା ପାଇଥିବା ଜୋକୋଭିଚ୍‌ ୧୧ ତମ ଅଷ୍ଟ୍ରେଲିଆନ୍‌ ଓପନ୍‌ ଲକ୍ଷ୍ୟରେ ରହିଛନ୍ତି। ମଙ୍ଗଳବାର ଆମେରିକୀୟ ଟେଲର ଫ୍ରିଜ୍‌ଙ୍କୁ ୭-୬(୭), ୪-୬, ୬-୨ ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ ଜୋକୋଭିଚ୍‌। କଡା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚଟି ୩ ଘଣ୍ଟା ୪୫ ମିନିଟ ଧରି ଚାଲିଥିଲା। ୨୪ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଜୋକୋଭିଚ୍‌ ଅଷ୍ଟ୍ରେଲିଆନ୍‌ ଓପନର କ୍ୱାର୍ଟର ଫାଇନାଲ ପରବର୍ତ୍ତୀ ରାଉଣ୍ଡରେ କେବେ ବି ପରାଜିତ ହୋଇନାହାନ୍ତି। ଏହି ବିଜୟ ସହ ସେ ରେକର୍ଡ ୪୮ ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପ୍ରଥମ ସେଟ୍‌ରୁ ହିଁ ଫ୍ରିଟ୍ଜଙ୍କଠାରୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ଜୋକୋଭିଚ୍‌। ଚମତ୍କାର ସର୍ଭିସ୍‌ କରିଥିବା ଟେଲର୍‌ ପ୍ରଥମ ସେଟ୍‌ରେ ୧୫ ବ୍ରେକ୍‌ ପଏଣ୍ଟ ରେକର୍ଡ କରିଥିଲେ। ଜୋକୋଭିଚ୍‌ ପ୍ରଥମ ସେଟ୍‌କୁ ଟାଇବ୍ରେକରରେ ଜିତିଥିଲେ। ପରବର୍ତ୍ତୀ ସେଟ୍‌କୁ ଟେଲର ୬-୪ରେ ଜିତିଥିଲେ ହେଁ ଅଭିଜ୍ଞତାର ଉପଯୋଗ କରି ଜୋକୋଭିଚ୍‌ ପରବର୍ତ୍ତୀ ଦୁଇ ସେଟ୍‌ ଜିତି ନେଇଥିଲେ। ଏହା ସହିତ କ୍ୟାରିୟରରେ ୧୧ତମ ଥର ପାଇଁ ସେ ଅଷ୍ଟ୍ରେଲିଆନ୍‌ ଓପନ ସେମିରେ ପ୍ରବେଶ କରିଥିଲେ।
ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଇଟାଲୀର ଜାନିକ୍‌ ସିନ୍ନର ଓ ଆଣ୍ଡି ରୁବଲେଭଙ୍କ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ୬-୪, ୭-୬(୭-୫) ଓ ୬-୩ରେ ଜିତି ନେବା ସହ ଜୋକୋଭିଚ୍‌ଙ୍କ ସହ ସେମିଫାଇନାଲ ମ୍ୟାଚ୍‌ ନିର୍ଦ୍ଧାରଣ କରିଥିଲେ ସିନ୍ନର। ପ୍ରଥମ ସେଟ୍‌ରେ ସହଜ ବିଜୟ ହାସଲ କରିବା ପରେ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ଟାଇବ୍ରେକରକୁ ଯାଇଥିଲା। ତେବେ ସିନ୍ନର ଏହାକୁ ମଧ୍ୟ ଜିତି ନେଇଥିଲେ। ନିର୍ଣ୍ଣାୟକ ସେଟ୍‌କୁ ସେ ୬-୩ରେ ଜିତି ନେବା ସହ ସେମିରେ ପ୍ରବେଶ କରିଥିଲେ ।
ମହିଳା ବିଭାଗରେ ୟୁଏସ୍‌ ଓପନ ଚାମ୍ପିୟନ କୋକୋ ଗଫ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା କୋକୋ ଗଫ୍‌ ୟୁକ୍ରେନର ଅଣ ସିଡେଡ ଖେଳାଳି ମାର୍ଟା କୋଷ୍ଟ୍ୟୁକଙ୍କୁ ୭-୬(୬), ୬-୭(୩) ଓ ୬-୨ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ଟି ଦୀର୍ଘ ୩ ଘଣ୍ଟା ୮ ମିନିଟ ଧରି ଚାଲିଥିଲା। ପ୍ରଥମ ସେଟ୍‌ରେ ଗଫ୍‌ ୫-୧ରେ ପଛୁଆ ରହିଥିଲେ। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ମ୍ୟାଚ୍‌କୁ ଟାଇବ୍ରେକରକୁ ନେଇଥିଲେ ଓ ଶେଷରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍‌ଟି ମଧ୍ୟ ଟାଇବ୍ରେକରକୁ ଯାଇଥିବା ବେଳେ କୋଷ୍ଟ୍ୟୁକ ଏହାକୁ ଜିତି ନେଇଥିଲେ। ଅନ୍ତିମ ତଥା ନିର୍ଣ୍ଣାୟକ ସେଟ୍‌କୁ ଜିତିବା ସହ ଆମେରିକୀୟ ଗଫ୍‌ ବାଜି ମାରି ନେଇଥିଲେ। ସେହିପରି ମହିଳା ବର୍ଗର ଅନ୍ୟତମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଦ୍ୱିତୀୟ ସିଡ୍‌ ଆରିନା ସାବାଲେଙ୍କା ୬-୨, ୬-୩ ସେଟରେ ବାର୍ବରା କ୍ରେଜିକୋଭାଙ୍କୁ ପରାସ୍ତ କରିଥିଲେ। ସାବାଲେଙ୍କା ପ୍ରଥମ ସର୍ଭରେ ହିଁ ୬୫ ପ୍ରତିଶତ ପଏଣ୍ଟ ଅର୍ଜନ କରିଥିଲେ। ପ୍ରଥମ ସେମିଫାଇନାଲ କୋକୋ ଗଫ ଓ ଆରିନା ସାବାଲେଙ୍କାଙ୍କ ମଧ୍ୟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଚ୍‌ରେ ଡିଆଁ ମାରି ରିଷଭ ପନ୍ତଙ୍କୁ ରକ୍ଷା କଲେ ସରଫରାଜ: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ସରଫରାଜ ଖାନ ଶତକ ହାସଲ କରିଛନ୍ତି। ସରଫରାଜଙ୍କ ଏହି ଇନିଂସ ସହ ଜଡିତ ଏକ...

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri