ଭାରତରେ ହେବ ସେମିକଣ୍ଡକ୍ଟର ପ୍ଲାଣ୍ଟ, ୮ ବିଲିୟନ ଡଲାର ବିନିଯୋଗ କରିବ ଇସ୍ରାଏଲ

ଭୁବନେଶ୍ୱର,୧୧।୨(ଅନୁରାଧା ମହାରଣା): ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ବଡ଼ ସଫଳତା ପାଇବାକୁ ଯାଉଛି। ଇସ୍ରାଏଲର ପ୍ରସିଦ୍ଧ ସେମିକଣ୍ଡକ୍ଟର ଉତ୍ପାଦନକାରୀ କମ୍ପାନୀ ‘ଟାୱାର’ ୮ ବିଲିୟନ ଡଲାର ବିନିଯୋଗରେ ଦେଶରେ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ ଅନୁଯାୟୀ ଟାୱାର ଭାରତରେ ୬୫ ନାନୋମିଟର ଏବଂ ୪୦ ନାନୋମିଟର ଚିପ୍ସ ତିଆରି କରିବ।

ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗତ ବର୍ଷ ଅକ୍ଟୋବରରେ ଟାୱାର ସେମିକଣ୍ଡକ୍ଟରର ସିଇଓ ରସେଲ ସି ଏଲୱାନଗରଙ୍କୁ ଭେଟିଥିଲେ। ଏହି ସଭାରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲାନ ମଧ୍ୟ ସାମିଲ ହୋଇଥିଲେ। ବୈଠକ ପରେ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଭାରତ ଏବଂ ଟାୱାର ମଧ୍ୟରେ ସେମିକଣ୍ଡକ୍ଟର ସହଭାଗିତା ସମ୍ପର୍କରେ ଆଲୋଚନା ହୋଇଛି। ଏହା ପୂର୍ବରୁ ୨୦୨୨ ମସିହାରେ ଅନ୍ତର୍ଜାତୀୟ ସେମିକଣ୍ଡକ୍ଟର କନ୍ସୋର୍ଟିୟମ ଭାରତର ସେମିକଣ୍ଡକ୍ଟର ଯୋଜନାର ଏକ ଅଂଶ ହେବାକୁ ଆବେଦନ କରିଥିଲା। ଟାୱାର ମଧ୍ୟ ଏହି ଆଇଏସସିର ଏକ ଅଂଶ। ସେହି ସମୟରେ ଇଣ୍ଟେଲ ଟାୱାର ସେମିକଣ୍ଡକ୍ଟର କିଣିବାକୁ ଚେଷ୍ଟା କରିଥିଲା। ଏହି କାରଣରୁ ଭାରତ ସରକାର ଏହି ଆବେଦନକୁ ଗ୍ରହଣ କରିନଥିଲେ।

ତେବେ ଇଣ୍ଟେଲ ଅଧିଗ୍ରହଣ ପରେ ଟାୱାର ସେମିକଣ୍ଡକ୍ଟରକୁ ଆଇଏସସିର ଏକ ଅଂଶ ରହିବାକୁ ଅନୁମତି ଦେବ କି ନାହିଁ ସରକାର ନିଶ୍ଚିତ ନୁହନ୍ତି। ଟାୱାର ସେମିକଣ୍ଡକ୍ଟର ଉଚ୍ଚ ମୂଲ୍ୟର ଆନାଗଲ ସେମିକଣ୍ଡକ୍ଟର ସମାଧାନ ପ୍ରଦାନ କରେ। ଏହା ଅଟୋମୋବାଇଲ, ଡାକ୍ତରୀ, ଶିଳ୍ପ, ଉପଭୋକ୍ତା, ଏରୋସ୍ପେସ ଏବଂ ପ୍ରତିରକ୍ଷା ପରି କ୍ଷେତ୍ରରେ ଚିପ୍ସ ଯୋଗାଏ। କମ୍ପାନୀ ବିଶ୍ୱ ୩୦୦ରୁ ଅଧିକ ଗ୍ରାହକଙ୍କୁ ଆନାଲଗ ଇଣ୍ଟିଗ୍ରେଟେଡ ସର୍କିଟ ଉତ୍ପାଦନ ଏବଂ ଯୋଗାଇଥାଏ। କମ୍ପାନୀର ବାର୍ଷିକ ଆୟ ୧ ବିଲିୟନ ଡଲାରରୁ ଅଧିକ। ଗତ ବର୍ଷ ଜୁନରେ ଆମେରିକୀୟ ଚିପ ନିର୍ମାତା ମାଇକ୍ରୋନ ଟେକ୍ନୋଲୋଜି ଗୁଜରାଟରେ ୮୨୫ ନିୟୁତ ଡଲାର ବିନିଯୋଗରେ ଏକ ଆସେମ୍ବ୍ଲି ଏବଂ ଟେଷ୍ଟ ଫ୍ୟାସିଲିଟି ନିର୍ମାଣ କରିବାକୁ ଘୋଷଣା କରିଥିଲା। ଏହା ୨୦୨୪ ଶେଷ ସୁଦ୍ଧା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri