Posted inଖେଳ

ସେମିରେ ମେଡ୍‌ଭେଡେଭ୍‌, ୟାସ୍ତ୍ରେମସ୍କା

ମେଲବୋର୍ନ,୨୫ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ ୨୦୨୪ର ସେମି ଫାଇନାଲ ଲାଇନ୍‌ଅପ୍‌ ଚୂଡାନ୍ତ ହୋଇଛି। ବୁଧବାର ସମସ୍ତ କ୍ୱାର୍ଟର ଫାଇନାଲ ଶେଷ ହେବା ସହ ସେମିରେ ପ୍ରବେଶ କରିଛନ୍ତି ଡାନିଲ ମେଡଭେଡେଭ,ଆଲେକଜାଣ୍ଡାର ଜେଭରେଭ୍‌, କ୍ୱିନଓ୍ବେନ ଝେଙ୍ଗ ଓ ଦାୟନା ୟାସ୍ତ୍ରେମସ୍କା। ପୁରୁଷ ସିଙ୍ଗିଲ୍ସରେ ୩ ନମ୍ବର ସ୍ଥାନରେ ଥିବା ରୁଷିଆର ଡାନିଲ ମେଡଭେଡେଭ ୪ ଘଣ୍ଟା ୩୦ ମିନିଟର କଡା ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ୯ ନମ୍ବର ଖେଳାଳି ହ୍ୟୁବର୍ଟ ହରକାଜଙ୍କୁ ପରାସ୍ତ କରିଥିଲେ। ୭-୬(୪), ୨-୬, ୬-୩, ୫-୭ ଓ ୬-୪ ସେଟ୍‌ରେ ମେଡଭେଡେଭ ଏହି ମ୍ୟାଚ୍‌କୁ ଜିତି ନେଇଥିଲେ। ଏହି ମ୍ୟାଚ୍‌ର ଏକାଧିକ ର଼୍ୟାଲି ୨୦ ଶଟ୍‌ରୁ ଅଧିକ ଖେଳାଯାଇଥିଲା। ୨୦୨୧ ଚାମ୍ପିୟନ ମେଡଭେଡେଭ ୨ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ ଖେଳି ସାରିଥିବା ବେଳେ ପ୍ରଥମ ସେଟରୁ ହି ଁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ପ୍ରଥମରୁ ସେ ୪-୨ରେ ଆଗୁଆ ରହିଥିଲେ ମଧ୍ୟ ହରକାଜ ପ୍ରତ୍ୟାବର୍ତ୍ତନ କରି ସେଟ୍‌କୁ ଟାଇବ୍ରେକରକୁ ନେଇଥିଲେ। ଦ୍ୱିତୀୟ ସେଟ୍‌କୁ ହରକାଜ ଜିତିବା ପରେ ତୃତୀୟ ସେଟକୁ ଜିତି ନେଇଥିଲେ ମେଡଭେଡେଭ। ହରକାଜ ପରବର୍ତ୍ତୀ ସେଟରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ନିର୍ଣ୍ଣାୟକ ସେଟ୍‌କୁ ନିଜ ଅଭିଜ୍ଞତା ବଳରେ ଜିତି ନେଇଥିଲେ। ସେହିପରି ଦ୍ୱିତୀୟ ସେମି ଫାଇନାଲରେ ଓ୍ବିମ୍ବେଲଡନ୍‌ ବିଜେତା କାର୍ଲୋସ୍‌ ଅଲକାରାଜ ଗାର୍ଫିଆଙ୍କୁ ୬-୧, ୬-୩, ୭-୬(୭) ଓ ୬-୪ ସେଟରେ ପରାସ୍ତ କରିଥିଲେ ଜର୍ମାନୀର ଆଲେକଜାଣ୍ଡାର ଜେଭରେଭ୍‌। ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜେଭ୍‌ରେଭ୍‌ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ଅଲକାରାଜଙ୍କୁ ଚାପରେ ରଖିଥିଲେ। ପ୍ରଥମ ଦୁଇ ସେଟ୍‌କୁ ଜିତିବା ପରେ ଜେଭରେଭଙ୍କ ବିଜୟ ସମ୍ଭାବନା ବୃଦ୍ଧି ପାଇଥିଲା। ତେବେ ତୃତୀୟ ସେଟ୍‌କୁ ଟାଇବ୍ରେକରରେ ଜିତି ନେଇଥିଲେ ଅଲକାରାଜ। ମାତ୍ର ନିର୍ଣ୍ଣାୟକ ଚତୁର୍ଥ ସେଟ୍‌କ ୬-୪ରେ ଜିତିବା ସହ ସେମି ଫାଇନାଲରେ ପ୍ରବେଶ କରିଥିଲେ ଜେଭରେଭ୍‌। ଶୁକ୍ରବାର ନୋଭାକ୍‌ ଜୋକୋଭିଚ୍‌-ଜାନିକ୍‌ ସିନ୍ନର, ଡାନିଲ ମେଡଭେଡେଭ-ଆଲେକଜାଣ୍ଡାର ଜେଭରେଭଙ୍କ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ।
ପ୍ରଥମେ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ଶେଷ ହୋଇଥିବା ବେଳେ କ୍ୱିନଓ୍ବେନ ଝେଙ୍ଗ ଓ ଦାୟନା ୟାସ୍ତ୍ରେମସ୍କା ବିଜୟୀ ହୋଇଥିଲେ। ବିଶ୍ୱ ମାନ୍ୟତାର ୯୩ ତମ ସ୍ଥାନରେ ଥିବା ୟୁକ୍ରେନର ଦାୟନା ୟାସ୍ତ୍ରେମସ୍କା୬-୩, ୬-୪ ସେଟରେ ଲିଣ୍ଡା ନୋସ୍କୋଭାଙ୍କୁ ପରାସ୍ତ କରିଥିଲେ। ୧୯୭୮ରେ କ୍ରିଷ୍ଟିନ ଷ୍ଟୋରିଙ୍କ ପରେ ଓପନ୍‌ ଏରାରେ ଦ୍ୱିତୀୟ ଖେଳାଳି ଭାବେ ସେ କ୍ୱାଲିଫାୟର ଖେଳି ସେମିରେ ପହଞ୍ଚିଛନ୍ତି। ଏହା ୟାସ୍ତ୍ରେମସ୍କାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ସେମି ଫାଇନାଲ। ଏହା ସହ ଇଗା ସ୍ବିଟେକଙ୍କୁ ପରାସ୍ତ କରିଥିବା ଲିଣ୍ଡା ନୋସ୍କୋଭାଙ୍କୁ ନିରାଶ ହେବାକୁ ପଡିଛି। ପ୍ରଥମ ସେଟ୍‌ରେ ନୋସ୍କୋଭା ୨-୧ରେ ଆଗୁଆ ରହିଥିଲେ। ତେବେ ସର୍ଭିସ୍‌ ପଏଣ୍ଟ ବ୍ରେକ୍‌ କରିବା ସହ ଅଗ୍ରଣୀକୁ ୫-୨ରେ ପହଞ୍ଚାଇଥିଲେ ୟାସ୍ତ୍ରେମସ୍କା। ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଚାଇନାର କ୍ୱିନଓ୍ବେନ ଝେଙ୍ଗ ୬-୭(୭), ୬-୩ ଓ ୬-୧ ସେଟ୍‌ରେ ରୁଷିଆର ଆନ୍ନା କାଲିନସ୍କାୟାଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ ଟାଇବ୍ରେକରକୁ ଯାଇଥିବା ବେଳେ କାଲିନସ୍କାୟା ଏହି ମ୍ୟାଚ୍‌କୁ ଜିତି ନେଇଥିଲେ। ତେବେ ପରବର୍ତ୍ତୀ ୨ ସେଟକୁ ଜିତି ଝେଙ୍ଗ ସେମି ଫାଇନାଲରେ ପ୍ରବେଶ କରିଥିଲେ। ଗୁରୁବାର କୋକୋ ଗଫ-ଆରିନା ସାବାଲେଙ୍କା, କ୍ୱିନଓ୍ବେନ ଝେଙ୍ଗ-ଦାୟନା ୟାସ୍ତ୍ରେମସ୍କାଙ୍କ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri