Categories: ଜାତୀୟ

‘ଦେଶର ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ରାଜନୀତିରୁ ଫୁରସତ ନାହିଁ, ଆତଙ୍କବାଦୀ ଉଠାଉଛନ୍ତି ଫାଇଦା: ଉଦ୍ଧବ ଶିବସେନା

ନୂଆଦିଲ୍ଲୀ,୨୨।୪: ଶିବସେନାର ଉଦ୍ଦବ ଠାକରେ ଗ୍ରୁପ ପୁଞ୍ଛରେ ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦଳ କହିଛି ଭାଜପାକୁ କେବଳ ରାଜନୀତି ଓ ରାଜନୀତି କରିବା ଜଣା ଅଛି। ଏମିତି ସମୟରେ ଯେତେବେଳେ ଆମ ଯବାନ ଶହୀଦ ହେଉଛନ୍ତି ଓ ଆତଙ୍କବାଦୀଙ୍କ ଟାର୍ଗେଟ ପାଲଟି ଯାଉଛନ୍ତି ସେତେବେଳେ ବି ଏମାନେ ରାଜନୀତି ଛାଡିପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜନୈତିକ କାମରେ ବ୍ୟସ୍ତ ଅଛନ୍ତି। ଆତଙ୍କବାଦୀମାନେ ଏହାର ଫାଇଦା ଉଠାଉଛନ୍ତି।

ଦଳ ଏହାର ମୁଖପତ୍ର ସାମନାର ସମ୍ପାଦକୀୟରେ କହିଛି କି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ରଦ୍ଦ ହେବା ପରେ ମଧ୍ୟ କଶ୍ମୀରରେ ହିଂସା ଜାରି ରହିଛି। ତଥାପି ଶାନ୍ତି ନାହିଁ। କର୍ନାଟକ ନିର୍ବାଚନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ବେଳେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ସେମାନଙ୍କ ରାଜନୈତିକ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଆତଙ୍କବାଦୀମାନେ ଏହାର ଫାଇଦା ଉଠାଇ ଜମ୍ମୁ-କଶ୍ମୀରର ପୁଞ୍ଛରେ ସେନା ଗାଡି ଉପରକୁ ଆକ୍ରମଣ କରିଛନ୍ତି।

Share