Categories: ବାଣିଜ୍ୟ

ସେନ୍‌କୋର ଡାଇମଣ୍ଡ୍‌ ମେଳା

ଭୁବନେଶ୍ୱର, ୨୯।୯:ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ବହୁ ପ୍ରତିକ୍ଷୀତ ‘ଡାଇମଣ୍ଡ ମେଳା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାହକମାନେ ହୀରା, ସୁନା, ପ୍ଲାଟିନମ୍‌, ଷ୍ଟଡେଡ୍‌ ପ୍ଲାଟିନମ୍‌, ରୁପା, ଜେମ୍‌ଷ୍ଟୋନ୍‌, ଗସିପ୍‌ ଭଳି ଗହଣା ଉପରେ ଆକର୍ଷଣୀୟ ରିହାତି ସହିତ ଅତିରିକ୍ତ ସୁବିଧା ମଧ୍ୟ ପାଇପାରିବେ। ଉକ୍ତ ମେଳାରେ ହୀରା ଗହଣା ଉପରେ ମାତ୍ର ୧ଟଙ୍କାର ଗଢ଼ା ମୂଲ୍ୟ ଏବଂ ପୁରୁଣା ହୀରା ଗହଣା ବଦଳ ବେଳେ ମାତ୍ର ୫% ମୂଲ୍ୟ ଛାଡ଼ ସାମିଲ ରହିଛି। ସେହିପରି ଗ୍ରାହକମାନେ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଦିଆଯାଉଥିବାବେଳେ ପ୍ଲାଟିନମ୍‌ ଗହଣାର ଗଢ଼ା ମୂଲ୍ୟ ଉପରେ ୧୫% ପର୍ଯ୍ୟନ୍ତ ରିହାତି ମିଳୁଛି। ରୁପା ଓ ଗସିପ୍‌ ଗହଣାର ଗଢ଼ା ମୂଲ୍ୟ ଉପରେ ୧୦% ରିହାତି ଏବଂ ଜେମ୍‌ଷ୍ଟୋନ୍‌ ଉପରେ ୧୦% ରିହାତି ଗ୍ରାହକମାନେ ପାଇପାରିବେ ବୋଲି ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ତଥା ମାର୍କେଟିଂ ଏବଂ ଡିଜାଇନ୍‌ ମୁଖ୍ୟ ଜୋଇତା ସେନ୍‌ କହିଛନ୍ତି। ଅଫ୍‌ଲାଇନ୍‌ ଓ ଅନଲାଇନ୍‌ରେ ଅକ୍ଟୋବର ୨ ପର୍ଯ୍ୟନ୍ତ ଗ୍ରାହକମାନେ ଡାଇମଣ୍ଡ ମେଳା ଅଫରର ଲାଭ ଉଠାଇପାରିବେ।

Share