Categories: ବାଣିଜ୍ୟ

ସେନ୍‌କୋର ପ୍ରଥମ ଭର୍ଚୁଆଲ୍‌ ଶୋ’ରୁମ୍‌ ‘ସେନ୍‌କୋଭର୍ସ’

ଭୁବନେଶ୍ୱର,୨୨।୯:ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ପ୍ରଥମ ଭର୍ଚୁଆଲ୍‌ ଶୋ’ରୁମ୍‌ ‘ସେନ୍‌କୋଭର୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି କମ୍ପାନୀ (ବ୍ରାଣ୍ଡ୍‌) ମେଟାଭର୍ସରେ ପ୍ରବେଶ ସହ ଭାରତର ପ୍ରଥମ ଗହଣା ଶୋ’ରୁମ୍‌ ଭାବେ ନୂଆ ପିଢ଼ିର ଗ୍ରାହକମାନଙ୍କ ସହ ବେଶ୍‌ ଯୋଡ଼ି ହୋଇପାରିବ ଓ ସେମାନଙ୍କୁ ସୁହାଇବା ଭଳି ଏବଂ ନିରବଚ୍ଛିନ୍ନ ଶପିଙ୍ଗ୍‌ ଅନୁଭୂତି ପ୍ରଦାନ କରି ଶପିଙ୍ଗ୍‌ରେ ପରିବର୍ତ୍ତନ ଆଣିବ ବୋଲି ସେନ୍‌କୋ ପକ୍ଷରୁ କୁହାଯାଇଛି। ଏପରିକି ଭର୍ଚୁଆଲ୍‌ ଦୁନିଆରେ ବ୍ରାଣ୍ଡ୍‌ର ଗହଣାଗୁଡ଼ିକୁ ଜୀବନ୍ତ ଭାବେ ଉପସ୍ଥିତ କରିବା ପାଇଁ ସେନ୍‌କୋଭର୍ସରେ ପ୍ରଯୁକ୍ତି ଓ କଳାକାରର ଏକ ଦୃଢ଼ ସମ୍ମିଶ୍ରଣ ରହିଛି। ଏହା ଗ୍ରାହକମାନଙ୍କୁ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଶପିଙ୍ଗ୍‌ ଅନୁଭୂତି ପ୍ରଦାନ କରିବ। ସେହିଭଳି ଗ୍ରାହକମାନେ ନିରବଚ୍ଛିନ୍ନ ଭାବେ ଭର୍ଚୁଆଲ ଶୋ’ରୁମ୍‌ରେ ବ୍ରାଉଜିଂ କରିବା ସହ ନିଜ ପସନ୍ଦର ଗହଣାକୁ ଚୟନକରି ଘରେ ଡେଲିଭରି ପାଇପାରିବେ। ବିଶେଷକରି ଗ୍ରାହକମାନେ ନିଜ ଡିଜିଟାଲ ଡିଭାଇସ୍‌ରେ ଆରାମରେ ଯେକୌଣସି ସ୍ଥାନରେ ରହି ପରିଦର୍ଶନ କରି ସେନ୍‌କୋଭର୍ସରେ ପହଞ୍ଚତ୍ପାରିବେ। ଏ ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍‌ କହିଛନ୍ତି, ଆମର ଡିଜିଟାଲ ରୂପାନ୍ତରଣ ଯାତ୍ରା ଓ ଆମ ମୂଲ୍ୟବାନ୍‌ ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ଓ ଚିନ୍ତାମୁକ୍ତ ଶପିଙ୍ଗ୍‌ ଅନୁଭୂତି ପ୍ରଦାନ କରିବା ପାଇଁ ଆମର ରହିଥିବା ପ୍ରତିବଦ୍ଧତା ଦିଗରେ ସେନ୍‌କୋଭର୍ସର ଶୁଭାରମ୍ଭ ଏକ ବଡ଼ ପଦକ୍ଷେପ। ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ଓ ଡିଜାଇନ୍‌ ତଥା ମାର୍କେଟିଂ ମୁଖ୍ୟ ଜୋଇତା ସେନ୍‌ କହିଛନ୍ତି, ମେଟାଭର୍ସରେ ଭାରତର ପ୍ରଥମ ଗହଣା ଶୋ’ରୁମ୍‌ ସେନ୍‌କୋଭର୍ସର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ।

Share