Categories: ବାଣିଜ୍ୟ

ସେନ୍‌କୋର ସ୍ବତନ୍ତ୍ର ରଥଯାତ୍ରା ରିହାତି

ଭୁବନେଶ୍ୱର,୬।୭ (ଅଭୟ ଦାଶ): ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ରଥଯାତ୍ରା ରିହାତି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଏହି ଅଫରର ଶୁଭାରମ୍ଭ ନିକଟରେ ହୋଇଯାଇଛି। ସେହିଭଳି ଚଳିତ ବର୍ଷର ରଥଯାତ୍ରା ଅନୁଭୂତିକୁ ଉନ୍ନତ କରିବା ପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ଡାଇମଣ୍ଡର ଗହଣା ମୂଲ୍ୟ ଉପରେ ୧୦% ପର୍ଯ୍ୟନ୍ତ ରିହାତି ଏବଂ ମେକିଂ ଚାର୍ଜ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି। ଏହି ବ୍ରାଣ୍ଡ୍‌ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ୩୫% ପର୍ଯ୍ୟନ୍ତ ରିହାତି ଏବଂ ପୁରୁଣା ସୁନା ଅଳଙ୍କାରର ଏକ୍ସଚେଞ୍ଜ ଉପରେ ୦% ଡିଡକସନ ପ୍ରଦାନ କରୁଛି। ସେହିପରି ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ ରଥଯାତ୍ରାର ପ୍ରତୀକ ଓ ମହାନତା ଦ୍ୱାରା ଅନୁପ୍ରାଣିତ ଅନନ୍ୟ ଅଳଙ୍କାରଗୁଡ଼ିକର ଏକ ଶୃଙ୍ଖଳାକୁ ପରିକଳ୍ପନା କରିଛି। ଏଥିରେ ଅଭିଜ୍ଞ କାରିଗରମାନେ ଏହି ଅସାଧାରଣ ଡିଜାଇନଗୁଡିକୁ ଭଗବାନଙ୍କ ମୂର୍ତ୍ତି, ରଥ ଓ ପବିତ୍ର ପ୍ରତୀକଗୁଡିକର ସୂକ୍ଷ୍ମ କାରୁକାର୍ଯ୍ୟକୁ ଅନ୍ତର୍ଭୁକ୍ତ କରିଛନ୍ତି, ଯାହା ଏହି ପବିତ୍ର ପର୍ବ ସହ ଜଡ଼ିତ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି।
ଏ ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ଏବଂ ମାର୍କେଟିଂ ଓ ଡିଜାଇନ ବିଭାଗ ମୁଖ୍ୟ ଯୋଇତା ସେନ୍‌ କହିଛନ୍ତି, ପବିତ୍ର ରଥଯାତ୍ରାର ଈଶ୍ୱରୀୟ ପରିବେଶ ମଧ୍ୟରେ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଅଳଙ୍କାରର ଏକ ଶୃଙ୍ଖଳା ଉପସ୍ଥାପନ କରିଛି,ଯାହା କେବଳ ସୌନ୍ଦର୍ଯ୍ୟତା ନିସୃତ କରିଥାଏ। ନିଜ ଜୀବନକୁ ଏହି ପର୍ବର ଦିବ୍ୟ ଆଶୀର୍ବାଦ ଆଣିବା ପାଇଁ ଆମର ସ୍ବତନ୍ତ୍ର ରଥଯାତ୍ରା ରିହାତି ହାସଲ କରନ୍ତୁ ଏବଂ ଚଳିତ ରଥଯାତ୍ରାରେ ଆପଣଙ୍କର ଉତ୍ସାହ ଓ ଷ୍ଟାଇଲକୁ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ନିର୍ମାଣର ଅନୁଗ୍ରହ ସହ ଉନ୍ନତ କରନ୍ତୁ।

Share