ଏଣିକି ୱାଟସଆପ ମାଧ୍ୟମରେ ଘରେ ବସି ପଠାଇ ପାରିବେ ଟଙ୍କା । ଏମିତି ଏକ ଆଡଭାନ୍ସ ଫିଚର ଲଞ୍ଚ କରିଛି ୱାଟସଆପ । ଯାହା ଗତ ବୁଧବାର ଠାରୁ କାର୍ଯ୍ୟକାରୀ ହେବା ଆରମ୍ଭ କରିଛି । ୱାଟସଆପ ର ଏହି ସୁବିଧା ଫୋନ ପେ , ଭିମ ଭଳି ବ୍ୟାଙ୍କିଙ୍ଗ ଆପ ଭଳି ୟୁପିଆଇ ଆଧାରିତ । ପ୍ରଥମ ପର୍ଯ୍ୟାୟରେ ଏସବିଆଇ, ଏଚଡିଏଫସି, ଆଇଆଇସିଆଇ ଏବଂ ଏକ୍ସିସି ବ୍ୟାଙ୍କ ସହିତ ସହବନ୍ଧିତ ହୋଇ ଏହି ଅତିରିକ୍ତ ସୁବିଧା ଆରମ୍ଭ କରିଛି । ଆଗାମୀ ଦିନରେ ଏହା ଅନ୍ୟାନ୍ୟ ବ୍ୟାଙ୍କ ସହ ଯୋଡି ହେବାକୁ ପ୍ରୟାସ ଜାରି ରହିଛି ।