ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ତେଲଗୁ ସୁପରଷ୍ଟାର ରାଜା ବାବୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତେଲୁଗୁ ସିନେମାର ଭେଟେରାନ ଅଭିନେତାମାନଙ୍କ ମଧ୍ୟରୁ ରାଜା ବାବୁ ଅନ୍ୟତମ। ସେ ୧୩ ଜୁନ ୧୯୫୭ରେ ପୂର୍ବ ଗୋଦାବରୀ ଜିଲାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୫ ରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଓରିକି ମୋନାଗଡୁ’। ସେ ୬୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କୁ ପ୍ରାୟତଃ ସହାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ରାଜା ବାବୁ ସୃଜନ ନିର୍ଦ୍ଦେଶକ କୃଷ୍ଣ ଭାମସିଙ୍କ ପରି ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଏଥିରେ ‘ମୁରାରୀ’, ‘ଆଡୁଭାରୀ ମାତାଲାକୁ ଆରଢାଲେ ଭେରୁଲେ’, ‘ସେଥମ୍ମା ଭାକିଟ୍ଲୋ ସିରିମାଲେ ଚେଟ୍ଟୁ’, ‘କଲ୍ୟାଣ ଭାଇଭୋଗେମ’ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ରାଜ ବାବୁ ଟିଭି ଶୋରେ ମଧ୍ୟ କାମ କରିଛନ୍ତି। ଏଥିରେ ‘ବସନ୍ତ କୋକିଲା’, ‘ରାଧା ମଧୁ’ ଭଳି ସିରିଏଲ ଅନ୍ତର୍ଭୁକ୍ତ। ତାଙ୍କୁ ୨୦୦୫ ରେ ନନ୍ଦୀ ପରି ପୁରସ୍କାର ପ୍ରଦାନ କରାଯାଇଛି। ସିରିଏଲ ’ଆମ୍ମା’ ପାଇଁ ସେ ଏହି ପୁରସ୍କାର ପାଇଥିଲେ।

Share