କେନ୍ଦୁଝରରେ ବାତ୍ୟା ପ୍ରସ୍ତୁତି ପରଖିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ

କେନ୍ଦୁଝର,୨୪।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାର ପ୍ରଭାବ କେନ୍ଦୁଝର ଜିଲା ଉପରେ ପଡ଼ିବାକୁ ଥିବାରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦୁଝରର ପୂର୍ବତନ ଜିଲାପାଳ ଏନ. ଥିରୁମାଲା ନାଏକ କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ଉପଲବ୍ଧ ଥିବା ସୁବିଧାର ନିରୀକ୍ଷଣ କରିବା ସହ ଗର୍ଭବତୀ ମହିଳା, ଶିଶୁ , ଦିବ୍ୟାଙ୍ଗ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବା ଲାଗି ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଭାସୀ ମାଧ୍ୟମରେ ଜିଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ କରିବା ସହ ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

Share