Posted inଜାତୀୟ

ପଞ୍ଜାବର ପୂର୍ବତନ ମନ୍ତ୍ରୀଙ୍କ ପରଲୋକ

ଚଣ୍ଡିଗଡ,୨୧।୫: ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ଜଥେଦାର ତୋତା ସିଂହଙ୍କ ପରଲୋକ ଘଟିଛି। ଶନିବାର ସକାଳେ ମୋହାଲି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ତୋତା ସିଂହ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଶିରୋମଣୀ ଅକଳୀ ଦଳର କୋର କମିଟି ସଦସ୍ୟ ରହିବା ସଙ୍ଗେ ସଙ୍ଗେ ପଞ୍ଜାବର ପୂର୍ବତନ କୃଷିମନ୍ତ୍ରୀ ଥିଲେ ।
୧୯୯୭ ରେ ମୋଗା ବିଧାନସଭା ଆସନରୁ ସିଂ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେହି ସମୟରେ ସେ ପାର୍କଶ ସିଂ ବାଦଲଙ୍କ ନେତୃତ୍ୱାଧୀନ ସରକାରରେ ଶିକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ୨୦୦୨ ବିଧାନସଭା ନିର୍ବାଚନରେ ସେ ମୋଗାରୁ ପୁଣି ନିର୍ବାଚିତ ହୋଇଥିଲେ ମଧ୍ୟ ସେ ୨୦୦୭ରେ ହାରି ଯାଇଥିଲେ। ପରେ୨୦୧୨ରେ ଧର୍ମକୋଟ ବିଧାନସଭା ଆସନରୁ ନିର୍ବାଚିତ ହୋଇ କୃଷି ମନ୍ତ୍ରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏବଂ ପରିବେଶ...

ସ୍ବାମୀଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ନବବିବାହିତା: ମୁଣ୍ଡରେ ହାତ ଦେଲା ପୋଲିସ

ନୂଆଦିଲ୍ଲୀ,୨୫।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି। ଜଣେ ନବବିବାହିତ ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଲିପଷ୍ଟିକ ଏବଂ ପାଉଡର ଆଣିବାକୁ...

ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ

ମୁମ୍ବାଇ, ୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ମହା ବିକାଶ ଅଘାଡ଼ି ମେଣ୍ଟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। ମହା ବିକାଶ ଅଘାଡ଼ି(ଏମ୍‌ଭିଏ)...

ପୋଲିସ ଗୁଳିରେ ୪ ମୃତ

ସମ୍ଭଲ(ୟୁପି),୨୫ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍‌ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ...

ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର...

ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ା୧୧: ୧୯୪୯ ନଭେମ୍ବର ୨୬ରେ ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ସମ୍ବିଧାନ ସଭାରେ ସମ୍ବିଧାନ ଗୃହୀତ ହୋଇଥିଲା। ଏହାର ୭୫ତମ ବାର୍ଷିକୀ ନିମନ୍ତେ ମଙ୍ଗଳବାରଠାରୁ ବର୍ଷବ୍ୟାପୀ ଉତ୍ସବ...

ମସଜିଦ ସର୍ଭେ ସମୟରେ ହିଂସା: ପଥରମାଡ଼ରେ ୩ ମୃତ, ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ଜାମା ମସଜିଦରେ ସର୍ଭେ ସମୟରେ ହିଂସା ଘଟି ସେଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜିଲାର ଆରକ୍ଷୀ ଅଧିକ୍ଷକ(ଏସପି) ଏହି ଖବରକୁ ନିଶ୍ଚିତ...

ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ: କଟକ ବାଲିଯାତ୍ରାକୁ ମନେ ପକାଇ…

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରେ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପର୍ବ-୨୦୨୪ରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri