ସିନିୟର ତୀରନ୍ଦାଜ ପ୍ରତିଯୋଗିତା: କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଲେ ସଞ୍ଜୟ

ଲାଞ୍ଜିଗଡ଼,୧୮।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟ୍ୟୁଷିତ ମଦନଗୁଡା ଗ୍ରାମର ଆଦିବାସୀ ଯୁବକ ସଞ୍ଜୟ ମାଝୀ ଜାତୀୟ ଏନଟିପିସି ସିନିୟର ତୀରନ୍ଦାଜ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ଝାଡଖଣ୍ଡର ଜାମସେଦପୁରସ୍ଥିତ ଗୋପାଲ ମୈଦାନରେ ଡିସେମ୍ବର ୧୫ ରୁ ୨୦ ପର୍ଯ୍ୟନ୍ତ ଚାଲିଥିବା ଜାତୀୟ ଏନଟିପିସି ସିନିୟର ତୀରନ୍ଦାଜ ପ୍ରତିଯୋଗିତାରେ ଲାଞ୍ଜିଗଡର ଆଦିବାସୀ ଯୁବକ ସଞ୍ଜୟ ମାଝୀ କାଂସ୍ୟ ପଦକ ହାସଲ କରି ଓଡ଼ିଶା, ଜିଲା ତଥା ବ୍ଳକ ପାଇଁ ଗୌରବ ଆଣିଛନ୍ତି।
କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟ୍ୟୁଷିତ ଲାଞ୍ଜିଗଡ ବ୍ଳକ ପାହାଡ଼ ପଦର ପଞ୍ଚାୟତର ମଦନଗୁଡା ଗ୍ରାମର ଦାନ ମାଝୀଙ୍କ ପୁଅ ସଞ୍ଜୟ। ସଞ୍ଜୟ ଲାଞ୍ଜିଗଡ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମେ ଷଷ୍ଠ ଶ୍ରେଣୀରୁ ଅଧ୍ୟୟନ କରି ଯୁକ୍ତ-୨ ପର୍ଯ୍ୟନ୍ତ ଶିକ୍ଷା ସହିତ କୋଚ ଶୀମାଞ୍ଚଳ କାଟ୍ରାକାଙ୍କ ଠାରୁ ତୀରନ୍ଦାଜ ତାଲିମ ମଧ୍ୟ
ନେଉଥିଲେ। ଚଳିତବର୍ଷ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହେବାପରେ ଭୁବନେଶ୍ୱରସ୍ଥିତ କିସ ବିଦ୍ୟାଳୟ ଅଧ୍ୟୟନ କରୁଛନ୍ତି। ସେ ଭୁବନେଶ୍ୱର କିସ ବିଦ୍ୟାଳୟ ପକ୍ଷରୁ ଏହି ଜାତୀୟ ଏନଟିପିସି ସିନିୟର ତୀରନ୍ଦାଜ ପ୍ରତିଯୋଗିତାରେ ଇଣ୍ଡିଆନ ରାଉଣ୍ଡ ସିନିୟର ବାଳକ ବିଭାଗରେ ଭାଗ ନେଇ ୫୦ ମିଟରରେ ବ୍ୟବଧାନରେ ୩୨୭ ପଏଣ୍ଟ ଓ ୩୦ ମିଟର ବ୍ୟବଧାନରେ ୩୨୮ ପଏଣ୍ଟ ରଖି ମୋଟ ୬୫୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଛନ୍ତି। ସଞ୍ଜୟ ଓଡ଼ିଶା, ଜିଲା ତଥା ବ୍ଳକ ପାଇଁ ଗୌରବ ଆଣିଥିବାରୁ ଜିଲା ତଥା ବ୍ଲକ ଅଞ୍ଚଳରେ ବିଭିନ୍ନ ମହଲରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ମଦ ବିରୋଧରେ ତାତିଲେ ମହିଳା

କୁତ୍ରା,୨୭ା୪(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ବୁଡାକଟା ଗ୍ରାମର ମହିଳାମାନେ ରବିବାର ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ୫୦ରୁ ଊର୍ଦ୍ଧ୍ୱ ମହିଳା...

Recharge Plan: ଥରେ ରିଚାର୍ଜ କଲେ ୨୦୨୬ଯାଏ ପୁରା ଫ୍ରି, ଦିନକୁ ମିଳିବ ୨.୫ଜିବି ଡାଟା

ଯଦି ଆପଣ ୨୮, ୫୬ କିମ୍ବା ୮୪ ଦିନର ଭ୍ୟାଲିଡିଟି ସହିତ ରିଚାର୍ଜ ପ୍ଲାନ ନେବାକୁ ଚାହୁଁନାହାଁନ୍ତି ଏବଂ ବାରମ୍ବାର ରିଚାର୍ଜ କରିବାର ଅସୁବିଧା ଚାହୁଁନାହାଁନ୍ତି,...

Pakistan: ଭାରତ ପାଇଁ ୨୩ବର୍ଷ ଗୁପ୍ତଚର କରିଥିଲେ ପାକିସ୍ତାନର ଏହି ଟପ୍‌ କମାଣ୍ଡର, ଶେଷ ବେଳକୁ…

ନୂଆଦିଲ୍ଲୀ,୨୭।୪: ଯବାନମାନେ ନିଜକୁ ଆଉ ନିଜ ପରିବାରକୁ ଭୁଲି ଦେଶ ପାଇଁ ଜୀବନ ଦିଅନ୍ତି। କିନ୍ତୁ ଏପରି କିଛିଜଣ ଯବାନ ଅଛନ୍ତି ଯେଉଁମାନେ ଶତ୍ରୁଦେଶରେ ଧରାପଡ଼ିବା...

ଭଞ୍ଜଙ୍କ କାବ୍ୟ, କବିତାର ସୁରକ୍ଷା କରାଯିବ: ବିଧାୟକ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ଶ୍ରୀବିଘ୍ନରାଜ ଚାରିଟେବୁଲ ଏବଂ ସମ୍ଭବ ସାହିତ୍ୟ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ଭଞ୍ଜ ସାହିତ୍ୟ ଆଲୋଚନାଚକ୍ର ଶନିବାର ଭୁବନେଶ୍ବରସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଛି...

ପାହଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ସୋରଡ଼ା,୨୭ା୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡଗଡ ଥାନା ଏକଲପୁର ପଞ୍ଚାୟତ ହରିପୁର ଗ୍ରାମ ନିକଟ ପାହାଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକଙ୍କ...

Pakistan: ଦିଲ୍ଲୀରେ ହଲଚଲ: ଯେକୌଣସି ମୂହୁର୍ତ୍ତରେ ହେବ ଆକ୍ସନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ...

IPLରେ ବୁମରାଙ୍କ ଆଉ ଏକ ସଫଳତା

ମୁମ୍ବାଇ,୨୭ା୪: ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ତଥା ଭାରତୀୟ ଦଳର ପ୍ରିମିୟର ପେସର ଯଶପ୍ରୀତ ବୁମରା ତାଙ୍କ ଉଲ୍ଲେଖନୀୟ କ୍ୟାରିୟରରେ ଆଉ ଏକ ସଫଳତା ଯୋଡ଼ିଛନ୍ତି। ସେ ରବିବାର...

ଶ୍ରୀରାମଚରିତ ମାନସ କଥାମୃତ ଉଦ୍‌ଯାପିତ

ଦିଗପହଣ୍ଡି,୨୭ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ୱାର ସମ୍ମୁଖରେ ୧୮ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ କଥାମୃତ କାର୍ଯ୍ୟକ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image