ମିଳିଲାନି ବେଡ, ବାରଣ୍ଡା ଚିକିତ୍ସା ହେଉଛନ୍ତି କ୍ରୀଡାବିତ୍‌ ଆନନ୍ଦିନୀ

ବଲାଙ୍ଗୀର ଅଫିସ,୨୮।୨: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବରିଷ୍ଠ କ୍ରୀଡାବିତ୍‌ ଆନନ୍ଦିନୀ ଦର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ହସ୍ପିଟାଲରେ ବେଡ ଅଭାବରୁ ତାଙ୍କୁ ହସ୍ପିଟାଲ ବାରଣ୍ଡା ଚଟାଣରେ ରଖି ଚିକିତ୍ସା କରାଯାଉଥିବା ଜଣାପଡିଛି। ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ କରି ଦେଶ ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିଥିବା ଦର୍ଜୀଙ୍କୁ ହସ୍ପିଟାଲରେ ଶଯ୍ୟାଟିଏ ମିଳିବାରୁ କ୍ରୀଡାପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Share