ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ, କହିଲେ…

ଭବାନୀପାଟଣା,୧୯।୧୦( ଉତ୍ତମ କୁମାର ଦାଶ):  ପୁଣି ବିଜେଡିକୁ ଝଟ୍‌କା କଳାହାଣ୍ଡିର ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ ଶନିବାର ଭାଜପାରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଭାଜପା ରାଜ୍ୟ ସଭାପତି  ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ  ହୋଇଛନ୍ତି।
ଗତ କିଛିଦିନ ତଳେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭାବେ କାର୍ଯ୍ୟରତ ଥିବା  ଡ. ନିଆଲ  ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳ ଛାଡିବା ପରେ ସେ ଭାଜପାର ଜାତୀୟ ଓ ରାଜ୍ୟସ୍ତରୀୟ ନେତାଙ୍କ ସହିତ ବରାବର ଯୋଗାଯୋଗରେ ରହିଥିଲେ। ଶେଷରେ ସେ ଭାଜପାର ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିବାବେଳେ ଡ. ନିଆଲଙ୍କ ଯୋଗଦାନ ଦ୍ୱାରା ରାଜ୍ୟରେ ଦଳ ପ୍ରତି ଆସ୍ଥା ପ୍ରକଟ କରିଥିବା ଲକ୍ଷ ଲକ୍ଷ ଅନୁସୂଚିତ ଜାତି ବର୍ଗ ଉପକୃତ ହେବେ ବୋଲି କହିଛନ୍ତି। ଡ. ନିଆଲଙ୍କୁ ଦଳରେ ସାମିଲ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିରୋଧୀ ଦଳ  ନେତା ପ୍ରଦୀପ୍ତ କୁମାର ନାଏକ ଅନୁମୋଦନ କରିଥିଲେ। ଡ. ନିଆଲଙ୍କ ସହିତ ଜିଲାର ବିଶିଷ୍ଟ ଶିକ୍ଷାବିତ୍‌ ଓ ସଂଗଠକ ପ୍ରବୀଣ କୁମାର ସିପକା ମଧ୍ୟ  ଯୋଗ ଦେଇଛନ୍ତି। ତାଙ୍କୁ ମଧ୍ୟ ରାଜ୍ୟ ସଭାପତି  ସାମଲ ସ୍ବାଗତ କରିଥିଲେ।
ପ୍ରକାଶ ଯେ, ଡ. ନିଆଲ ଗତ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭାଜପା ଦଳରେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିପରି ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରହିବା ସହିତ ଦଳର ଅନୁସୂଚିତ ଜାତି ରାଜ୍ୟ ଉପ ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେହିପରି ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଓ ସମାଲୋଚକ ଭାବେ ତାଙ୍କର ଲେଖା ସବୁ ବିଶ୍ୱର ୨୪ଗୋଟି ଭାଷାରେ ଅନୁଦିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଏପରିକି ତାଙ୍କ ସାହିତି୍ୟକ ଯାତ୍ରା ସମ୍ପର୍କରେ ଗ୍ରୀକ ଭାଷାରେ ଏକ ପୁସ୍ତକ ପ୍ରକାଶିତ ହୋଇଥିବାବେଳେ ତାଙ୍କର ବହୁ ଚର୍ଚ୍ଚିତ କବିତା ସଂକଳନ ଲକ୍‌ଡାଉନ, ଏନ ଏନକାଉଣ୍ଟର ଉଇଥ ଡେଥ ବିଦେଶରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। ସେହିପରି ଡ. ନିଆଲ ଓଡ଼ିଆ ସାହିତ୍ୟ ଜଗତର ଚର୍ଚ୍ଚିତ ପତ୍ରିକା ମହୁରି ସମେତ ଏକାଧିକ ପତ୍ର, ପତ୍ରିକା ସମ୍ପାଦନା, ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସାତରୁ ଅଧିକ ପୁସ୍ତକ ପ୍ରକାଶ ପାଇଛି। ସେହିପରି ୨୦ରୁ ଅଧିକ ବିଭିନ୍ନ ସାମାଜିକ, ରାଜନୈତିକ ଓ ବୌଦ୍ଧିକ ସଂଗଠନର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଛନ୍ତି। ଏପରିକି ବିଭିନ୍ନ ଜାତୀୟ ସ୍ତରର ଆନ୍ଦୋଳନରେ ସେ ସକ୍ରିୟ ଭାଗ ନେଇଛନ୍ତି। ବିଜେପିରେ ଯୋଗଦେବା ପରେ ଡ. ନିଆଲ କଳାହାଣ୍ଡି ଓ ନୂଆପଡା ଜିଲାର ତଥା ରାଜ୍ୟର ବିଭିନ୍ନ ବର୍ଗ ସମେତ ଅନୁସୂଚିତ ଜାତିଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓ ସ୍ବପ୍ନକୁ ସାକାର କରିବା ତାଙ୍କ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ରେଜଲ୍ଟ ପ୍ରକାଶ: ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର, ଟପ୍‌ ଟେନ୍‌ରେ ଅଛନ୍ତି…

ଭୁବନେଶ୍ୱର,୧୯ା୧୦: ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ।  ଏହାର ତାଲିକା ଓଡ଼ିଶା ଲୋକସେବା ଆୟୋଗର ଓ୍ବେବ୍‌ସାଇଟ୍‌ www.opsc.gov.inରେ ଉପଲବ୍ଧ। ଏଥିରେ ମୋଟ୍‌ ୬୮୩ ଜଣ...

ମହିଳାଙ୍କ ଟଙ୍କା ହଡ଼ପ କରି ଆଶାକର୍ମୀ ମା’-ଝିଅ ଫେରାର, ଥାନା ଆଗରେ…

ପୁରୁଷୋତ୍ତମପୁର,୧୯ା୧୦(ସୀମାଞ୍ଚଳ ମିଶ୍ର):  ମହିଳାମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଆଳ ଦେଖାଇ ଜଣେ ଆଶାକର୍ମୀ ଦସ୍ତଖତ ନେଇ ସେମାନଙ୍କ ନାମରେ ବିଭିନ୍ନ ଫାଇନାନ୍ସ କମ୍ପାନିଠାରୁ ଲକ୍ଷଲକ୍ଷ ଟଙ୍କାର...

ଆତଙ୍କ ଖେଳାଇଥିବା କୁମ୍ଭୀରକୁ ମାଡ଼ିବସିଲା ମତ୍ସ୍ୟଜୀବୀ

ପୁରୀ,୧୯।୧୦: ପୁରୀ ଜିଲାରେ ଆତଙ୍କ ଖେଳାଇଥିବା କୁମ୍ଭୀର ଶନିବାର ଧରାପଡ଼ିଛି। କୁମ୍ଭୀରଟି ମତ୍ସଜୀବୀଙ୍କ ଜାଲରେ ପଡ଼ିଛି। ମତ୍ସ୍ୟଜୀବୀମାନେ କୁମ୍ଭୀରକୁ କାବୁ କରି ବନ ବିଭାଗକୁ ଖବର...

ଜାଲ ସାର୍ଟିଫିକେଟରେ ଚାଲିଥିଲା ନର୍ସିଂହୋମ: ସିଲ୍‌ କଲା ପ୍ରଶାସନ

କେନ୍ଦ୍ରାପଡ଼ା,୧୯।୧୦: କେନ୍ଦ୍ରାପଡ଼ା ପୁରୁଣା ମେଡିକାଲ ରୋଡ୍‌ରେ ଥିବା ଏକ ନର୍ସିଂହୋମ ଉପରେ ଶନିବାର ବଡ଼ ଧରଣର ଚଢାଉ ହୋଇଛି। ବେଆଇନ ଭାବେ ଚାଲିଥିବା ସମ୍ପୃକ୍ତ ନର୍ସିଂହୋମକୁ...

ପରିବାର ମଙ୍ଗଳ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସର୍ଭେ: ଲୁକ୍କାୟିତ-କ୍ରୋନିକ୍‌ ରୋଗୀ ହେବେ ଚିହ୍ନଟ

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ଅନେକ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ରକ୍ତଚାପ, ଡାଇବେଟିସ୍‌, ଏଚ୍‌ଆଇଭି ହେଉ କି କ୍ୟାନ୍ସର ଭଳି...

ଭୁବନେଶ୍ବର- କଟକରେ ୩ ଘଣ୍ଟା ପ୍ରବଳ ଛେଚିବ

ଭୁବନେଶ୍ୱର,୧୯।୧୦: ଭୁବନେଶ୍ବର ଓ କଟକରେ ୩ ଘଣ୍ଟା ଯାଏ ବର୍ଷିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଟୁଇନ୍‌ସିଟିକୁ ହାଇ...

ବାଣ ଭିଡୁଥିବା ବେଳେ ହଠାତ୍‌ ହେଲା ବିସ୍ଫୋରଣ: ଉଡ଼ିଲା  ଘରର ଟିଣ ଚାଳ, ୪ ଗୁରୁତର       

ଖଲ୍ଲିକୋଟ, ୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଶନିବାର ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୪...

ବିଧାୟକ ଦଳ ନେତା ଦେଲେ ବଡ଼ ସୂଚନା, ଦୀପାବଳି ପୂର୍ବରୁ…

ଭୁବନେଶ୍ୱର,୧୯ା୧୦: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri