ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ ଦେଲେ ଖୋଲା ବୟାନ, କାର୍ତ୍ତିକ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ଭିତରେ…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ ଥିବା ବଜେଡିର ବରିଷ୍ଠ ଦଳର ନେତା ଜଣେ ପରେ ଜଣେ ମୁହଁ ଖୋଲୁଛନ୍ତି। ଆଉ ତାହା ପୁଣି ବିଜେଡି ସୁପ୍ରିମୋଙ୍କ ଉପରେ ନୁହେଁ କାର୍ତ୍ତିକ ପାଣ୍ଡିଆନଙ୍କୁ ସିଧା ଟାର୍ଗେଟ କରିଛନ୍ତି। ସଭାମଞ୍ଚ ହେଉ ଅବା ଗଣମାଧ୍ୟମରେ ବୟାନବାଜି କରୁଛନ୍ତି। ତେବେ ଶୁକ୍ରବାର ବିଜେଡିର ବରିଷ୍ଠ ନେତା ଫ୍ରଫୁଲ୍ଲ ଘଡାଇ ମୁହଁ ଖୋଲିଥିବାବେଳେ ଆଜି ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ ପାଣ୍ଡିଆନଙ୍କୁ ସିଧା ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ନବୀନ ପଟ୍ଟନାୟକ ସବୁ ଅଞ୍ଚଳ ବୁଲିଥାନ୍ତେ, ରେଜଲ୍ଟ ଭଲ ହୋଇଥାନ୍ତା। ସେ ନ ବୁଲି ଅନ୍ୟ କେହି ପ୍ରଚାର କଲେ କେମିତି ହେବ। କିଛି ସିଟ ଟିକେଟ ଅସନ୍ତୋଷ ପାଇଁ ଆମ ହାତରୁ କ୍ଷମତା ଚାଲି ଯାଇଛି। ଆଉ ଲୋକେ ପରିବର୍ତ୍ତନ ଚାହୁଁଥିଲେ, ତାର ପ୍ରତିଫଳନ ଦେଖା ଦେଇଛି। ସେଥିପାଇଁ ତ କାର୍ତ୍ତିକ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ।

Share