ହାଟଡିହୀ,୧୮l୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟକର୍ତ୍ତାଙ୍କୁ ନେଇ ମଙ୍ଗଳବାର ନନ୍ଦିପଦା ଥାନା ଆଇପିଏସ ଅଧିକାରୀ ରାକେଶ କୁମାର ସାହୁ ହାଟଡିହୀ ହାଇସ୍କୁଲ ଠାରେ ମଙ୍ଗଳବାର ଆୟୋଜିତ ବୈଠକରେ ସମ୍ପ୍ରତ୍ତି ସମାଜରେ ବିଭିନ୍ନ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ବାବଦରେ ଗୁରୁତ୍ୱାରୋପ କରିଥିଲେ l
ଆଇପିଏସ ଅଧିକାରୀ ସାହୁ କହିଥିଲେ, ବରିଷ୍ଠ ନାଗରିକ ମାନେ ସମାଜର ମୁଖ୍ୟ କର୍ଣ୍ଣଧାରକ ଅଟନ୍ତି l ସେମାନଙ୍କୁ ହଡ଼ା ବଳଦ ଭାବିବା ଠିକ ନୁହେଁ l ବରିଷ୍ଠ ନାଗରିକମାନେ ସମାଜ ଗଠନ, ପରିବର୍ତ୍ତନ ଏବଂ ବିକାଶ ପାଇଁ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି। ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ, ସୁରକ୍ଷା, ଦୈନନ୍ଦିନ ଜୀବନ ଶୈଳୀ ଏବଂ ଖାଦ୍ୟକୁ ନେଇ ମଧ୍ୟ ଆଇପିଏସ ସାହୁ ପରାମର୍ଶ ଉପସ୍ଥାପନ କରିଥିଲେ। ନନ୍ଦିପଦା ଥାନା ଇନସ୍ପେକ୍ଟର ରବୀନ୍ଦ୍ର ପାତ୍ର, ନାଗରିକ ପରିଷଦର ସଭାପତି ଗୋଲଖ ଚନ୍ଦ୍ର ନାୟକ, ସମ୍ପାଦକ ସାରଙ୍ଗଧର ଜେନା, କାମପାଳ ନାୟକ, ଗଣନାଥ ନାୟକ, ମୋହନ ଚରଣ ବେହେରା, ନିରାକାର ପାତ୍ର, ଜୟ ନାରାୟଣ ମହାପାତ୍ର, ମଧୁସୂଦନ ଜେନା, ରକ୍ଷାକର ନାୟକ, କୃଷ୍ଣଚନ୍ଦ୍ର ଜେନା, ଅନାଦି ଚରଣ ପହି, ସନାତନ ଜେନା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ l
ଇନସ୍ପେକ୍ଟର ପାତ୍ର କହିଥିଲେ, ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଇ ସରକାର ବିଭିନ୍ନ ଖସଡ଼ା ପ୍ରସ୍ତୁତ କରୁଛନ୍ତି l ତେଣୁ ବରିଷ୍ଠ ନାଗରିକମାନଙ୍କୁ ଚିହ୍ନଟ ଏବଂ ସରକାରୀ ସାହାଯ୍ୟ, ସହାୟତା ପାଇଁ ପୋଲିସ ଆବଶ୍ୟକୀୟ ଭୂମିକା ଗ୍ରହଣ କରି ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ କରିବାକୁ ସଦାସର୍ବଦା ତତ୍ପର ଏବଂ ପ୍ରୟାସରତ ରହିଛି। ନାଗରିକ ପରିଷଦର ଅନନ୍ତ ଚରଣ ମୁଦୁଲି ବରିଷ୍ଠ ନାଗରିକ ଜୀବନୀକୁ ନେଇ ନିଜର କବିତା ମାଧ୍ୟମରେ ଆଲୋକପାତ କରିଥିଲେ l