ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା:  ୫ ଜିଲାରୁ ଯିବେ ୧ ହଜାର ତୀର୍ଥଯାତ୍ରୀ

ଛତ୍ରପୁର,୩।୧୦(ସନ୍ତୋଷ ପାଢ଼ୀ,ଦିଲ୍ଲୀପ ସାମଲ): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲାର ବରିଷ୍ଠ ନାଗରିକମାନେ ତୀର୍ଥ କରିବାକୁ ଯିବେ। ଉକ୍ତ ୫ ଜିଲାର  ୧ ହଜାର ବରିଷ୍ଠ ନାଗରିକ ବ୍ରହ୍ମପୁର ରେଲୱେ ଷ୍ଟେଶନରୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନକୁ ଯିବେ।  ପ୍ରଥମ ତୀର୍ଥ ଯାତ୍ରା ଅକ୍ଟୋବର ୩୧ରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖରେ ସରିବ। ଏହି ସମୟରେ କନ୍ୟାକୁମାରୀ ଓ ତ୍ରିଭେନ୍ଦ୍ରମ ସ୍ଥାନକୁ ତୀର୍ଥଯାତ୍ରୀ ଯିବେ ।
ସେହିପରି ଦ୍ୱିତୀୟ ତୀର୍ଥଯାତ୍ରା ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ସରିବ।  ଏହି ସମୟରେ ବାରଣାସୀ ଓ ପ୍ରୟାଗରାଜ ସ୍ଥାନକୁ ତୀର୍ଥଯାତ୍ରୀ ଯିବେ।  ଏଥିପାଇଁ ୩୦ ଜଣ ଏସ୍କର୍ଟ ଅଫିସର ନିଯୁକ୍ତ ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା କିଭଳି ସୁରୁଖୁରୁରେ ଏହା ସମାପନ ହେବ ସେ ଉପରେ ଜିଲାପାଳ  ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ବ୍ରହ୍ମପୁର ଷ୍ଟେଶନଠାରେ ପାଣି, ପାଇଖାନା ଆଦି ଅନୁସଙ୍ଗିକ ବ୍ୟବସ୍ଥା କରିବାକୁ କୁହାଯାଇଛି ଏଥିସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଏଥିପାଇଁ ପ୍ରଚାର ପ୍ରସାର କରିବାକୁ କୁହାଯାଇଛି। ମେଡିକାଲ ଟିମ ମଧ୍ୟ ନିୟୋଜିତ ରହିବେ ଏହି ବୈଠକରେ ଅତିରିକ୍ତ ଜିଲାପାଳ ଦେବବ୍ରତ ସାହୁ, ଆରଟିଓ ମାନସ ରଞ୍ଜନ ସାହୁଙ୍କ ସମେତ ବିଡିଓ, ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ଉପସ୍ଥିତ ଥିଲେ।
Share