ଅଲୋଡ଼ା ନୁହନ୍ତି ବରିଷ୍ଠ ନାଗରିକ

ଷାଠିଏ ବର୍ଷ ପୂରିଗଲେ ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନସୂଚକ ସମ୍ବୋଧନ ସିନିୟର ସିଟିଜେନ ବା ‘ବରିଷ୍ଠ ନାଗରିକ’ ମନରେ ଆତ୍ମସନ୍ତୋଷ ଭରିଦିଏ। ସିନିୟର ସିଟିଜେନ ପରିଚୟରେ ଖୁବ୍‌ ଗୌରବବୋଧ ଅନୁଭବ ହୁଏ। ମାତ୍ର ସ୍ବାଭିମାନୀ ମଣିଷଟି ଜୀବନର ଅପରାହ୍ନରେ ଯେବେ ବାସ୍ତବତାକୁ ସାମ୍ନାକରେ, ବୁଝିପାରେ ସତରେ କେତେ ଅଲୋଡ଼ା ଆଉ ମୂଲ୍ୟହୀନ। ବରିଷ୍ଠ ନାଗରିକ ହିଁ ସମାଜକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କାହିଁକି ନା ବିଭିନ୍ନ ଜିନିଷକୁ ନେଇ ସେମାନଙ୍କ ନିଖୁଣ ପାରଙ୍ଗମତା ରହିଛି। ସେମାନଙ୍କ ଉଚିତ ମାର୍ଗଦର୍ଶନ, ସୁଚିନ୍ତିତ ମତାମତ ଓ ଅଭିଜ୍ଞତା ହିଁ ସମାଜରେ ଯୁବପିଢ଼ି ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିଥାଏ। ଭାରତର ପାରମ୍ପରିକ ମୂଲ୍ୟବୋଧ ବୟସ୍କ ଲୋକମାନଙ୍କୁ ସମ୍ମାନ ଦେବା ଓ ତାଙ୍କର ସେବା ଶୁଶ୍ରୂଷା କରିବା ଉପରେ ଜୋର ଦିଏ। ତେବେ ବର୍ତ୍ତମାନ ସମୟରେ ଯୌଥ ପରିବାର କମି ଯାଉଥିବା ଦେଖାଯାଉଛି। ଏହା ଫଳରେ ବହୁ ସଂଖ୍ୟାରେ ମାତା ପିତାମାନେ ସେମାନଙ୍କ ପରିବାରରୁ ଅବହେଳାର ଶିକାର ହେଉଛନ୍ତି ଓ ଭାବନାତ୍ମକ, ଶାରୀରିକ ଓ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ ସାମାଜିକ ସୁରକ୍ଷା ଅଭାବରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରୁ ସ୍ପଷ୍ଟ ଯେ ବୟସ୍କ ଲୋକମାନଙ୍କର ସମସ୍ୟା ଏକ ବଡ଼ ସାମାଜିକ ସମସ୍ୟା ଭାବେ ଠିଆ ହେଉଛି ଓ ସେମାନଙ୍କୁ ସ୍ବାସ୍ଥ୍ୟଗତ ଓ ଆର୍ଥିକ ଆବଶ୍ୟକତା ପୂରଣ କରିବା ସହ ଏକ ସାମାଜିକ ପ୍ରତିଷ୍ଠା ତିଆରି କରିବାର ଆବଶ୍ୟକତା ରହିଛି, ଯାହା ବୟସ୍କ ଲୋକମାନଙ୍କର ଭାବନାତ୍ମକ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଥିବ।
୧୯୫୧ ମସିହା ଏକ ସର୍ବେକ୍ଷଣରେ ଭାରତରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କ ସଂଖ୍ୟା ୧୯.୦୮ ମିଲିୟନ ଥିବାବେଳେ ୫୦ ବର୍ଷ ପରେ ଅର୍ଥାତ ୨୦୦୧ରେ ଏହା ୭୬ ମିଲିୟନରେ ପହଞ୍ଚିଛି। ୨୦୩୦ ସୁଦ୍ଧା ଏହା ୧୯୮ ମିଲିୟନ ପହଞ୍ଚିବ ବୋଲି ଅନୁମାନ କରାଯ଼ାଉଛି। ବରିଷ୍ଠ ନାଗରିକଙ୍କ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ଜନହିତକର ଯୋଜନା ମାନ କରିଛନ୍ତି। ଯୋଜନାର ଉଦ୍ଦେଶ୍ୟ ହେଲା ଯେ ବୟସ୍କ ଲୋକମାନଙ୍କୁ ରହିବା, ଖାଦ୍ୟ, ଚିକିତ୍ସା ସୁବିଧା, ମନୋରଞ୍ଜନ ସୁଯୋଗ ଦେବା ତଥା ସେମାନଙ୍କୁ ଉତ୍ପାଦକ ଓ ସକ୍ରିୟତା ପାଇଁ ପ୍ରୋତ୍ସାହନ ପ୍ରଦାନ କରି ତାଙ୍କର ଜୀବନ ଧାରଣର ମାନ ବୃଦ୍ଧି କରିବା ଏବଂ ସରକାରୀ ଓ ଅଣସରକାରୀ ସଂସ୍ଥା, ପଞ୍ଚାୟତିରାଜ ସଂସ୍ଥା ଓ ସ୍ଥାନୀୟ ସଂସ୍ଥା ତଥା ଗୋଷ୍ଠୀର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବା। ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ବରିଷ୍ଠ ନାଗରିକ ସଞ୍ଜୟ ଯୋଜନା, ଡାକଘର ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ଫିକ୍ସଡ ଡିପୋଜିଟ, ମ୍ୟୁଚୁଆଲ ଫଣ୍ଡ ଯୋଜନା ଓ ଗୋଲ୍ଡ ଫଣ୍ଡ ବ୍ୟାଙ୍କ ଓ ଡାକଘର ମାଧ୍ୟମରେ ସଞ୍ଚୟ କରିବା ପାଇଁ ସୁବନ୍ଦୋବସ୍ତ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବୀମା ଯୋଜନା ମାଧ୍ୟମରେ ମାଗଣା ଔଷଧ ଓ ଶରୀର ପରୀକ୍ଷାକରି ରିହାତି ଦରରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥାଏ। ଯାତାୟାତ ସୁବିଧା ନିମନ୍ତେ ସରକାରୀ ବସ ଓ ରେଳ ଯୋଗେ ଯାତ୍ରା କଲେ ରିହାତି ଦରରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥାଏ। ଏହି ବାର୍ତ୍ତା ଦେବା ପାଇଁ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ହାତକୁ ନିଆଯାଉଥିବା ବେଳେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପୋଲିସ ଅଣ୍ଟାଭିଡ଼ିଛି। କିଛିଦିନ ଧରି ଏଥିପାଇଁ ଆରମ୍ଭ ହୋଇଛି ଏକ ଯୋଜନା। ଏହି ଯୋଜନା ମାଧ୍ୟମରେ ଥାନା ଅଧୀନରେ ବିଭିନ୍ନ ସ୍ଥାନରେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ଓ ଏହାପରେ ସେମାନଙ୍କୁ ପୋଲିସ ପକ୍ଷରୁ ପ୍ରଦାନ କରାଯାଉଛି ପରିଚୟପତ୍ର। ବରିଷ୍ଠ ନାଗରିକଙ୍କ ନିମନ୍ତେ ଜୀବନର ଶେଷଭାଗରେ ବିଭିନ୍ନ ତୀର୍ଥ କ୍ଷେତ୍ର ଭ୍ରମଣରେ ନେଇଥାନ୍ତି ରାଜ୍ୟ ସରକାର; ଯାହାଫଳରେ କି ସମସ୍ତଙ୍କ ଭିତରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଥାଏ।
ଅନେକ ପରିବାରର ପାରିବାରିକ କନ୍ଦଳକୁ ନେଇ ବୃଦ୍ଧ ମାଆ ବାପା ଅଲୋଡ଼ା ଓ ବୋଝ ହୋଇଯାଆନ୍ତି ଜନ୍ମିତ ସନ୍ତାନସନ୍ତତିଙ୍କ ପାଖରେ। ଅନେକ ପରିବାରରେ ଆର୍ଥିକ ବୋଝକୁ ପାଥେୟ କରି ବିଭିନ୍ନ ଜରା ନିବାସରେ ଛାଡ଼ିଦେବା ପାଇଁ ପଛେଇ ନ ଥାନ୍ତି। ବେଳେବେଳେ ମନଭିତରେ ପ୍ରଶ୍ନ ଉଙ୍କିମାରେ ସତରେ କ’ଣ ଜନ୍ମିତ ମାଆ ବାପା ଏହି ସମାଜ ପାଇଁ ବୋଝ ଓ ଅଲୋଡ଼ା? ସେ କ’ଣ ତା’ର ପରିବାର ପାଇଁ କିଛି କରିନି ନା ଜନ୍ମ କଲା ଝିଅ ପୁଅଙ୍କ କଠୋର ହୃଦୟ? ଏଭଳି ଅନେକ ପ୍ରଶ୍ନବାଣରେ ଛନ୍ଦି ହୋଇଯାଇଛି ଜର୍ଜରିତ ସମାଜ। ବରିଷ୍ଠ ନାଗରିକଙ୍କ ବୟସ ସୀମା ପୃଥିବୀର ୨୨୭ ଦେଶ ମଧ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ଭାରତରେ ବୟସ ସୀମା ୬୦ ବର୍ଷକୁ ମାପଦଣ୍ଡ କରାଯାଇଥିଲା ବେଳେ ଏସିଆ, ୟୁରୋପ, ଜାପାନ, ଫିନ୍‌ଲାଣ୍ଡ, ପର୍ତ୍ତୁଗାଲ ଓ ଗ୍ରୀସ ରାଷ୍ଟ୍ରଗୁଡ଼ିକର ବୟସ ସୀମା ୬୫ରେ ରହିଅଛି। ବିଭିନ୍ନ ଅନ୍ତର୍ଜାତୀୟ ସର୍ବେକ୍ଷଣରେ ଜଣା ପଡିଛି ୬୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୦.୨୦% ବିଶ୍ୱରେ ହୋଇଥିଲା ବେଳେ ସର୍ବାଧିକ ୨୯.୨୨% ବରିଷ୍ଠ ନାଗରିକ ଜାପାନ ଅଧିବାସୀ ହୋଇଥିଲା ବେଳେ ସର୍ବନିମ୍ନ ୧.୪୧% କ୍ୟାଟର ଦେଶରେ ବରିଷ୍ଠ ନାଗରିକ ବସବାସ କରିଥାନ୍ତି। ଭାରତରେ ୬.୮୧% ବରିଷ୍ଠବ୍ୟକ୍ତି ବସବାସ କରିଥାନ୍ତି। ଭାରତର ଜନସଂଖ୍ୟା ଦୃଷ୍ଟିରୁ ଏହାର ପରିମାଣ ଅତି ନଗଣ୍ୟ। ବରିଷ୍ଠ ନାଗରିକ ହେଉଛନ୍ତି ଅଭିଜ୍ଞତାର ପ୍ରତୀକ। ସେମାନଙ୍କ ଉପଦେଶ ସମାଜ ପାଇଁ ମଙ୍ଗଳକାରୀ। ରାଜନୈତିକ କ୍ଷେତ୍ରରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉଲ୍ଲେଖନୀୟ ହୋଇଥାଏ। ବିଶ୍ୱ ମାନଚିତ୍ରରେ ୧୦ଜଣ ପ୍ରତିଷ୍ଠିତ ରାଜନେତାଙ୍କ ବୟସ ୭୦ ବର୍ଷରୁ ଊର୍ଦ୍ଧ୍ୱ ସର୍ବଜ୍ୟେଷ୍ଠ ଭାବେ ୮୧ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଥିଲାବେଳେ ସର୍ବ କନିଷ୍ଠ ୭୦ ବର୍ଷୀୟ ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଆବ୍ରାଡୋର ରହିଛନ୍ତି। ଏବେ ବି ସମାଜ ପାଇଁ ଆମର ଅବଦାନର ଆବଶ୍ୟକତା ରହିଛି, କିଭଳି ନୂତନ ପିଢ଼ିକୁ ଜୀବନର ମୂଲ୍ୟବୋଧ ବିଷୟରେ ଜ୍ଞାତ କରାଯିବ ସେ ଦାୟିତ୍ୱ ହେଉଛି ଆମ୍ଭମାନଙ୍କର। ଏହା ମଧ୍ୟରେ ରହିଛି ସୁଖ ଶାନ୍ତିର ଚାବିକାଠି।
ଅଧ୍ୟାପକ ରାଜନୀତି ବିଜ୍ଞାନ ବିଭାଗ, ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ, ନନ୍ଦପୁର, କୋରାପୁଟ, ମୋ:୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri