Budget 2025: ଏଥର ବଜେଟରେ କ’ଣ ମିଳିବ? ଆଶାରେ ଦେଶବାସୀ, ହୋଇପାରେ ୩ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧: ମୋଦି ସରକାର ୨୦୨୫ ବଜେଟରେ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣ ସମ୍ପର୍କରେ ଏକ ବଡ଼ ଘୋଷଣା କରିପାରନ୍ତି। ସାରା ଦେଶରେ ଆନ୍ତଃନଗର ଦ୍ରୁତ ରେଳ ସଂଯୋଗକୁ ସୁଦୃଢ଼ କରିବା ପାଇଁ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ମିଶନ ମୋଡରେ ମେଟ୍ରୋ ରେଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି।

ବର୍ତ୍ତମାନ, ଭାରତର ୨୩ଟି ସହରରେ ୧୦୦୦ କିଲୋମିଟର ମେଟ୍ରୋ ଏବଂ ଦ୍ରୁତ ରେଳ ନେଟୱାର୍କ କାର୍ଯ୍ୟକ୍ଷମ ଥିବା ବେଳେ ୯୮୫ କିଲୋମିଟର ନୂତନ ନେଟୱାର୍କ ନିର୍ମାଣାଧୀନ ଅଛି। ଦେଶର ଦ୍ରୁତ ଗତିରେ ବଢ଼ୁଥିବା ସହରଗୁଡ଼ିକରେ ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ପାଇଁ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ଦ୍ୱିଗୁଣିତ କରିବାକୁ ଯୋଜନା କରିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର (ଫେବୃଆରୀ ୧) ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୫ ଉପସ୍ଥାପନ କରିବେ। ବଜେଟ ଉପସ୍ଥାପନ କରିବା ପୂର୍ବରୁ, ଶୁକ୍ରବାର ଅର୍ଥନୈତିକ ସର୍ଭେ ପ୍ରକାଶିତ ହେବ। ଯେଉଁଥିରେ ଦେଶର ଅର୍ଥନୀତିର ସ୍ଥିତି, ଅଭିବୃଦ୍ଧି ହାର ଏବଂ ପ୍ରମୁଖ ଆର୍ଥିକ ଚ୍ୟାଲେଞ୍ଜର ବିଶ୍ଳେଷଣ ଉପସ୍ଥାପନ କରାଯିବ। ଏଥର ବଜେଟରେ, ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଟିକେଟରେ ରିହାତି ପୁନଃସ୍ଥାପିତ ହେବ ଏବଂ ପୁଞ୍ଜି ଲାଭ ଟିକସ ନିୟମରେ ପରିବର୍ତ୍ତନ କରାଯିବ ବୋଲି ଆଶା କରାଯାଉଛି।

୨୦୧୯ ପର୍ଯ୍ୟନ୍ତ, ଭାରତୀୟ ରେଳବାଇ ମେଲ, ଏକ୍ସପ୍ରେସ, ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ଭଳି ଟ୍ରେନର ଟିକେଟ ବୁକିଂରେ ବରିଷ୍ଠ ନାଗରିକମାନଙ୍କୁ ରିହାତି ମିଳୁଥିଲା। ୬୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ପୁରୁଷମାନେ ୪୦% , ୫୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ମହିଳାମାନେ ୫୦% ରିହାତି ପାଇବାକୁ ହକଦାର ଥିଲେ। ତଥାପି, କୋଭିଡ-୧୯ ମହାମାରୀ ସମୟରେ ସରକାର ୨୦୨୦ରେ ଏହି ଛାଡ଼କୁ ବନ୍ଦ କରିଦେଇଥିଲେ। ମହାମାରୀ ଶେଷ ହେବା ପରେ ମଧ୍ୟ ଏହି ସୁବିଧା ପୁନଃଆରମ୍ଭ ହୋଇ ନ ଥିଲା।

ବରିଷ୍ଠ ନାଗରିକମାନେ ଦୀର୍ଘ ଦିନ ଧରି ଏହି ଛାଡ଼ ପୁନଃସ୍ଥାପନ ପାଇଁ ଦାବି କରିଆସୁଛନ୍ତି। ଆଶା କରାଯାଉଛି ଯେ ସରକାର ଚଳିତ ବର୍ଷର ବଜେଟରେ ଏହି ସୁବିଧାକୁ ପୁନଃଆରମ୍ଭ କରିପାରନ୍ତି।

ଗତ ବଜେଟରେ ପୁଞ୍ଜି ଲାଭ ଟିକସ ନିୟମରେ ପରିବର୍ତ୍ତନ କରାଯାଇଥିଲା, ଯାହାକୁ ଲୋକମାନେ ପସନ୍ଦ କରିନଥିଲେ। ତେଣୁ ଏହି ବଜେଟରେ ପୁଣି ଥରେ ପୁଞ୍ଜି ଲାଭ ଟିକସ ନିୟମରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ନୀତି ଯୋଗୁ ଦିଲ୍ଲୀ ସରକାରଙ୍କ ୨,୦୦୨ କୋଟି କ୍ଷତି

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ବେଳର ଅବକାରୀ ନୀତିରେ ଅନେକ ଭୁଲ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାରଙ୍କୁ ୨,୦୦୨.୬୮ କୋଟି ଟଙ୍କାର...

ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ବଢିଲା ମହଙ୍ଗା ଭତ୍ତା

ମୁମ୍ବାଇ, ୨୬।୨: ମହାରାଷ୍ଟ୍ର ସରକାର ସରକାରୀ କର୍ମଚାରୀଙ୍କୁ ଖୁସିଖବର ଦେଇଛନ୍ତି। ମଙ୍ଗଳବାର ସରକାର ପଞ୍ଚମ ବେତନ କମିଶନର ଅପରିବର୍ତ୍ତିତ ଦରମା ସ୍କେଲ ଅନୁଯାୟୀ କର୍ମଚାରୀଙ୍କ ମହଙ୍ଗା...

ସ୍ବାମୀଙ୍କ ଭର୍ଚୁଆଲ ବୁଡ଼:ସଙ୍ଗମରେ ମୋବାଇଲ ବୁଡ଼ାଇଲେ ସ୍ତ୍ରୀ

ପ୍ରୟାଗରାଜ,୨୬ା୨:ପ୍ରୟାଗରାଜରେ ଦେଢ଼ ମାସ ଧରି ଚାଲିଥିବା ମହାକୁମ୍ଭ ମେଳା ବୁଧବାର ମହାଶିବରାତ୍ରି ଅବସରରେ ଶେଷ ହେବ। ଏହି ମେଳାରେ ଦେଶ ବିଦେଶରୁ ବହୁ ଶଦ୍ଧାଳୁ ଯୋଗଦେବା...

Shashi Tharoor: କେରଳର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଶଶି ଥରୁର! ରାହୁଲ ଗାନ୍ଧୀ କ’ଣ ଚାହୁଁଛନ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୨: କଂଗ୍ରେସ ଏମ୍‌ପି ଶଶି ଥରୁର ଆଜିକାଲି ଏପରି ଏକ ନାମ, ଯାହା ବାମ ଦଳଠାରୁ ଆରମ୍ଭ କରି ଭାଜପା ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି। ପ୍ରକୃତରେ,...

୧୮ କୋଟିର ଋଣ ଛାଡ଼ ଅଭିଯୋଗକୁ ପ୍ରୀତି ଜିଣ୍ଟାଙ୍କ ଖଣ୍ଡନ

ନୂଆଦିଲ୍ଲୀ, ୨୬।୨: ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କଂଗ୍ରେସର କେରଳ ୟୁନିଟ୍‌ ମଧ୍ୟରେ ମଙ୍ଗଳବାର ଏକ୍ସ’ରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିଲା। ପ୍ରୀତି ଭାଜପାକୁ ତାଙ୍କ...

ଥରୁରଙ୍କ ମନ୍ତବ୍ୟକୁ ନେଇ କେରଳ କଂଗ୍ରେସରେ ଫାଟ

ନୂଆଦିଲ୍ଲୀ,୨୫।୨: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କ କେତେକ ମନ୍ତବ୍ୟକୁ ନେଇ କେରଳ କଂଗ୍ରେସରେ ବିବାଦ ଦେଖାଦେଇଛି। ଦଳ ପକ୍ଷରୁ ଭାବମୂର୍ତ୍ତି ସଜାଡ଼ିବା ଉଦ୍ୟମ ସ୍ବରୂପ...

କଂଗ୍ରେସ ଉପରେ ରାଗିଲେ ପ୍ରୀତି ଜିଣ୍ଟା, ଜବାବରେ ଦଳ କହିଲା, ଖୁସି ଲାଗିଲା ଯେ ଆପାଣ…

ଥିରୁଭାନନ୍ତପୁରମ,୨୫।୨: ମଙ୍ଗଳବାର ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କେରଳ କଂଗ୍ରେସ ମଧ୍ୟରେ ଅଭିଯୋଗ ଏବଂ ପ୍ରତିଅଭିଯୋଗର ଧାରା ଚାଲିଥିଲା। କେରଳ କଂଗ୍ରେସ ଅଭିଯୋଗ କରିଛି...

ଗଙ୍ଗା ଜଳରେ ଅଛନ୍ତି ଜୀବାଣୁ, ଲୋକଙ୍କୁ ଭୁଆଁ ବୁଲାଯାଉଛି: ଶିବପାଲ ଯାଦବ

ଲକ୍ଷ୍ନୌ,୨୫।୨: ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ମଙ୍ଗଳବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ଉପରେ ଉଠାଯାଉଥିବା ପ୍ରଶ୍ନ ଉପରେ ଆପତ୍ତି ଉଠାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image