ନୂଆଦିଲ୍ଲୀ,୬।୨ : କେନ୍ଦ୍ର ସରକାର ୨୦୨୩-୨୪ ସାଧାରଣ ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂତନ ଘୋଷଣା କରିବା ସହିତ ନୂତନ ଟିକସ ବ୍ୟବସ୍ଥାରେ ଆୟକରଦାତାଙ୍କୁ ଥଇଥାନ କରିଥିଲେ। ଏହା ଅଧୀନରେ ସିନିୟର ସିଟିଜେନ ସେଭିଂ ସ୍କିମ (ଏସସିଏସଏସ) ରେ ସର୍ବାଧିକ ବିନିଯୋଗ ସୀମା ୧୫ ଲକ୍ଷରୁ ୩୦ ଲକ୍ଷକୁ ବୃଦ୍ଧି କରାଯାଇଛି।
ଏହା ବ୍ୟତୀତ, ୩୧ ମାର୍ଚ୍ଚ ୨୦୨୩ରେ ଶେଷ ହେଉଥିବା ତ୍ରୟମାସିକ ପାଇଁ ଏହି ଯୋଜନାରେ ସୁଧ ହାର ୮ ପ୍ରତିଶତକୁ ବୃଦ୍ଧି କରାଯାଇଛି। ୧ ଜାନୁଆରୀ ୨୦୨୩ ପୂର୍ବରୁ, ଏହା ୭.୬ ପ୍ରତିଶତ ସୁଧ ପାଇଥିଲା। ସର୍ବାଧିକ ବିନିଯୋଗ ସୀମା ଏବଂ ୮ପ୍ରତିଶତ ସୁଧ ହାର ବୃଦ୍ଧି କ୍ଷେତ୍ରରେ, ବରିଷ୍ଠ ନାଗରିକଙ୍କ ଦ୍ୱାରା ପ୍ରତିମାସରେ ସୁଧ ଆକାରରେ ଆୟ ଦୁଇଗୁଣ ହେବ। ୫ ବର୍ଷର ପରିପକ୍ୱତା ଅବଧି ପରେ ସେମାନେ ୧୨ ଲକ୍ଷ ଟଙ୍କା ସୁଧ ସହିତ ସମୁଦାୟ ୪୨ ଲକ୍ଷ ଟଙ୍କା ପାଇବେ।
ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଦେଶର ବୃଦ୍ଧ ନାଗରିକଙ୍କ ପାଇଁ ଅଟେ। ଏଥିରେ ଭଲ ରିଟର୍ଣ୍ଣ ପାଇବା ସହିତ କୌଣସି ରିସ୍କ୍ ନାହିଁ । କାରଣ ଏହି ଯୋଜନା ସରକାରଙ୍କ ଦ୍ୱାରା ପରିଚାଳିତ। ୨୦୦୪ ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଅବସରପ୍ରାପ୍ତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା। ଏହି ଯୋଜନାରେ ବରିଷ୍ଠ ନାଗରିକମାନେ ପ୍ରତି ମାସରେ ସୁଧ ଆକାରରେ ନିୟମିତ ଆୟ କରିଥାନ୍ତି । ବଜେଟର ନୂଆ ଯୋଜନା ଅନ୍ତର୍ଗତ ସେମାନଙ୍କୁ ମାସକୁ ମିଳିବ ୨୦ ହଜାର ମିଳିବ।