Categories: ଜାତୀୟ

୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଘରେ ଦେବେ ଭୋଟ…

ନୂଆଦିଲ୍ଲୀ, ୮।୧: ଫେବୃୟାରୀ ୧୦ରୁ ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ମତଦାନ ୨୮ ଦିନ ଧରି ୭ଟି ପର୍ଯ୍ୟାୟରେ କରାଯିବ। ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, କରୋନା ପଜିଟିଭ୍‌ ଭୋଟର ଘରେ ରହି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ।

ଫର୍ମ-୧୨-ଡି ପୂରଣ କରି ସେମାନେ ଘରେ ଭୋଟ ଦେଇପାରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ସୂଚନା ପ୍ରଦାନ କରିଛନ୍ତି। ଘରେ ଭୋଟ ଦେବାର ଭିଡ଼ିଓଗ୍ରାଫି କରାଯିବ। ଏହି ଫର୍ମ ପୋଲିଂ ବୁଥ୍‌ ଅଫିସରଙ୍କ ପାଖରୁ ସଂଗ୍ରହ କରାଯାଇ ପାରିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

Share