ଛତ୍ରପୁର,୨୯।୩: ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଯାତ୍ରା ମଙ୍ଗଳବାର ଆରମ୍ଭ ହେବ। ଯାତ୍ରା ମାସେ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁସାରେ ଚାଳିବ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।
ବରିଷ୍ଟ ନାଗରିକ, ଗର୍ଭବତୀ ଓ ଶିଶୁଙ୍କୁ ଯାତ୍ରାକୁ ନ ଆସିବାକୁ ଜିଲାପାଳ ଟୁଇଟ୍ କରି ଅନୁରୋଧ କରିଛନ୍ତି। ଘରେ ରହି ସୁରକ୍ଷିତ ରୁହନ୍ତୁ ବୋଲି ଜିଲାପାଳ ଲୋକଙ୍କୁ ଅବଗତ କରାଇଛନ୍ତି।