Advertisement

ବରିଷ୍ଠ ପ୍ରଶାସନିକ ଅଧିକାରୀ ଧରିତ୍ରୀ ପଢିବାକୁ ରୁଚି ରଖନ୍ତି

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ତତ୍କାଳ ବିଡ଼ିଓ ତଥା ଫୁଲବାଣୀ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଧରିତ୍ରୀ ଖବର କାଗଜ ପଢିବାକୁ ଅଧିକା ରୁଚି ରଖନ୍ତି। ସେ ହାତରେ ଧରିତ୍ରୀ ଖବର କାଗଜ ଧରି ପୋଷ୍ଟ କରିଥିବା ଚିତ୍ର ଏବେ ମୋବାଇଲରେ ମୋବାଇଲ ଘୁରିବୁଲୁଛି।
ପ୍ରକାଶ ଯେ ବରିଷ୍ଠ ପ୍ରଶାସନିକ ସେବାରେ ଥାଇ ମଧ୍ୟ ସେ ସାହିତ୍ୟ, କଳା, ପ୍ରତି ରୁଚି ରଖିବା ସହ ଗୀତିକାର, କବି, ଲେଖକ, ଶିଶୁ ସାହିତ୍ୟ ଉପରେ ରୁଚି ରଖନ୍ତି। ସେ ଦାରିଙ୍ଗବାଡିରେ ବିଡ଼ିଓ ରହିଥିବାବେଳେ ଦାରିଙ୍ଗବାଡିର ପରମ୍ପରା, କଳା ସଂସ୍କୃତି, ପର୍ଯ୍ୟଟନ ର ବିକାଶ କରିବା ସହ ଏହି ସମ୍ପର୍କିତ ଦାରିଙ୍ଗବାଡି ଅଭୁଲା ସ୍ମୃତି ପୁସ୍ତକକୁ ନିଜ କଲମରେ ଲେଖି ଚର୍ଚ୍ଚାରେ ରହିଥିଲେ। ସେହିପରି ଏଇ ଆମ ଦାରିଙ୍ଗବାଡି ସଙ୍ଗୀତର ଗୀତିକାର, ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ରହିଥିଲେ। ଏକାଧିକ କବିତା ପୁସ୍ତକ ଶିଶୁ ସାହିତ୍ୟ ପୁସ୍ତକ ଲେଖି ସେ ଚର୍ଚ୍ଚାରେ ରହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share