ଭୁବନେଶ୍ୱର,୨।୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜଗତସିଂହପୁର ଜିଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଂଯୁକ୍ତା ଦାଶ। ସଂଯୁକ୍ତାଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍ କରିଛି। ଜଗତ୍ସିଂପୁର କାର୍ଯ୍ୟାଳୟ, ସାତପୁରାରେ ଥିବା ଘର, ଜଗତ୍ସିଂହପୁର ଟାଉଦରେ ୨ ମହଲା ଘର, କଟକରେ ଥିବା ଫ୍ଲାଟ୍ ଘରେ ବି ରେଡ୍ ହୋଇଛି। ଭିଜିଲାନ୍ସ ଟିମ୍ ଜରୁରୀ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ, ଫ୍ଲାଇଟ ଟିକେଟ ସଂଗ୍ରହକରି ତଦନ୍ତ ଜାରି ରଖିଥିବା ଭିଜିଲାନ୍ସ ଇନ୍ସପେକ୍ଟର କହିଛନ୍ତି। ।