ବରିଷ୍ଠ ସହସମ୍ପାଦକଙ୍କ ମାତୃ ବିୟୋଗ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଧରିତ୍ରୀରେ କାର୍ଯ୍ୟରତ ବରିଷ୍ଠ ସହସମ୍ପାଦକ ଦୁର୍ଯ୍ୟୋଧନ ମିଶ୍ରଙ୍କ ମା’ ବିଶାଖା ଦେବୀଙ୍କ ରବିବାର ସନ୍ଧ୍ୟା ସାଢେ ୭ଟାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କ ଘର ସୁବର୍ଣ୍ଣପୁର ଜିଲା ବିନିକା ନୂଆପଡାରେ। ସେ ଜଣେ ମିଷ୍ଟଭାଷୀ, ଧର୍ମପରାୟଣା, ପରୋପକାରୀ ଥିଲେ। ଶେଷ ଦର୍ଶନ କରିବାକୁ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବନ୍ଧୁବାନ୍ଧବ ଆସିଥିଲେ। ମୃତ୍ୟୁ ସମୟରେ ବଡପୁଅ ବୃନ୍ଦାବନ, ସାନପୁଅ ମଧୁସୂଦନ, ବୋହୂ, ନାତୁଣୀ, ନାତି ଉପସ୍ଥିତ ଥିଲେ। ସୋମବାର ସକାଳେ ତାଙ୍କ ଶେଷକୃତ୍ୟ ମହାନଦୀ ବ୍ରିଜ୍‌ ଶ୍ମଶାନଘାଟରେ ସମ୍ପନ୍ନ ହୋଇଥିଲା। ବଡପୁଅ ମୁଖାଗ୍ନି ଦେଇଥିଲେ।

Share