Categories: ଜାତୀୟ

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ,୧।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ। ଅହମ୍ମଦ ଦିଲ୍ଲୀସ୍ଥିତ ନିଜ ବାସଭବନରେ ସେଲଫ ଆଇସୋଲେଶନରେ ରହିଛନ୍ତି। ଏ ନେଇ ସେ ନିଜେ ଗୁରୁବାର ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ତୁରନ୍ତ ନିଜକୁ ସେଲଫ ଆଇସୋଲେଶନ କରି ନିଅନ୍ତୁ ବୋଲି ସେ କହିଛନ୍ତି।

Share