ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ବରିଷ୍ଠ ଖବରଦାତା ଭବାନୀ ଶଙ୍କର ତ୍ରିପାଠୀ

ଭୁବନେଶ୍ୱର,୯ା୩(ବ୍ୟୁରୋ): ବରିଷ୍ଠ ଖବରଦାତା ଭବାନୀ ଶଙ୍କର ତ୍ରିପାଠୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ। ମାର୍ଚ୍ଚ ୧୩ରେ ହେବାକୁ ଥିବା ୟୁନାଇଟେଡ୍‌ ଷ୍ଟେଟ୍‌ସ ଇଣ୍ଟରନ୍ୟାଶନାଲ ଭିଜିଟର୍‌ ଲିଡରଶିପ୍‌ ପ୍ରୋଗ୍ରାମରେ ଭବାନୀ ଯୋଗ ଦେବେ।

‘ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ’ ନାମକ ପ୍ରୋଜେକ୍ଟ ପାଇଁ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୧ ପର୍ଯ୍ୟନ୍ତ ଚାଲୁ ରହିବ। ଫଳରେ ସେ ୩ ସପ୍ତାହ ଆମେରିକାରେ ରହି ୪ ଏପ୍ରିଲରେ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି।

Share