ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗଙ୍କ ମୃତଦେହକୁ ରବିବାର ଜବତ କରାଯାଇଛି। ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ମିଳିଛି। ଶନିବାର ରାତିରେ ଅନୁରାଗ ନିଖୋଜ ଥିଲେ। ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ପୁଅଙ୍କ ମୃତ୍ୟୁ ନେଇ ନିଜେ ନବୀନ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପୁଅ ଗୁଡ଼ୁକୁ ସବୁଦିନ ପାଇଁ ହରାଇଲି। ପ୍ରଭୁ ମହାକାଳ ତାକୁ ଅପାର ଶାନ୍ତି ଦିଅନ୍ତୁ। ହତଭାଗା ବାପା ବୋଲି ସେ ଲେଖିଛନ୍ତି।

ସୂଚନାଯୋଗ୍ୟ, ପାତ୍ରପଡ଼ାର ଉକ୍ତ ପୋଖରୀରେ ଯୁବକଙ୍କ ମୃତଦେହ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ପୋଲିସ ମୃତଦେହ ଜବତ କରି ଚିହ୍ନଟ କରିବା ପରେ ତାହା ନବୀନଙ୍କ ବଡପୁଅଙ୍କର ବୋଲି ଜଣାପଡ଼ିଥିଲା। ଏବେ ଏହା ସୁଚିନ୍ତିତ ହତ୍ୟା ବୋଲି ସନ୍ଦେହ କରାଯାଉଛି। ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share