Categories: ଜାତୀୟ

ଶୁଣାଣିବେଳେ ସିଜେଆଇ ଚନ୍ଦ୍ରଚୂଡଙ୍କ ସାମ୍ନାରେ ଦୁଇଟି ହ୍ବିସ୍କି ବୋତଲ ରଖିଲେ ବରିଷ୍ଠ ଓକିଲ, ଆଉ ତା’ ପରେ…

ଆଦିଲ୍ଲୀ,୫।୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ ଶୁଣାଣିରେ ଦେଇଥିବା ପ୍ରମୁଖ ରାୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଏହି ଟିପ୍ପଣୀ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ତେବେ ଶୁକ୍ରବାର ହେଉଥିବା ଏକ ମାମଲାର ଶୁଣାଣି ସମୟରେ ସିଜେଆଇ ଚନ୍ଦ୍ରଚୂଡ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା ଯାହାକୁ ନେଇ ସେ ଚକିତ ହୋଇଯାଇଥିଲେ।

ସୂଚନାଥାଉ କି, ଦୁଇ ମଦ କମ୍ପାନୀ ମଧ୍ୟରେ ଟ୍ରେଡମାର୍କ ଉଲ୍ଲଘଂନକୁ ନେଇ ଚାଲିଥିବା ବିବାଦ ସୁପ୍ରିମକୋର୍ଟ ପହଞ୍ଚିଥିଲା। ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହିତଗି ଦୁଇଟି ହ୍ବିସ୍କି ବୋତଲ ସିଜେଆଇ ଚନ୍ଦ୍ରଚୂଡଙ୍କ ସମ୍ମୁଖରେ ରଖିଥିଲେ। ଯାହାକୁ ଦେଖି ଚନ୍ଦ୍ରଚୂଡ ଜୋରରେ ହସିଥିଲେ। ସେ ମୁକୁଲଙ୍କୁ କହିଥିଲେ, ଆପଣ ଏହି ବୋତଲ କାହାଁକି ଆଣିଲେ? ଉତ୍ତରରେ ମୁକୁଲ କହିଥିଲେ, ଦୁଇ ବୋତଲ ମଧ୍ୟରେ ସମାନତା ଦେଖେଇବାକୁ ଏହି ବୋତଲ ଆଣିଥିଲି। ପରେ ବୋତଲ ଦୁଇଟିକୁ ନେଇଯିବାକୁ ଚନ୍ଦ୍ରଚୂଡ ପରାମର୍ଶ ଦେଇଥିଲେ।

ଶୁଣାଣିବେଳେ ଟ୍ରେଡମାର୍କ ଉଲ୍ଲଘଂନ କିପରି ହୋଇଥିଲା ଆଲୋଚନା ହୋଇଥିଲା। ପରେ ବେଞ୍ଚ, ମାମଲାର ନୋଟିସ ଜାରି କରି ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍‌ ଲଗାଇଥିଲା। ଆଉ ଗୋଟିଏ କି ଦୁଇ ସପ୍ତାହ ପରେ ଏହି ମାମଲାର ଶୁଣାଣି ନେଇ ସମୟ ନିର୍ଦ୍ଦିଷ୍ଟ କରିଥିଲା।

Share