ବେଗୁନିଆପଡ଼ା,୨୨।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୋଦଳା ତହସିଲ ଅନ୍ତର୍ଗତ ବି. ନୂଆଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଘରବାରି ପଟା କରାଇଦେବାକୁ ସେଠୀ ୬ ହଜାର ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିନେଇଛି।
ରାଜସ୍ବ ସହାୟକ ସେଠୀ ତାଙ୍କୁ ଲାଞ୍ଚ ମାଗୁଥିବା ପୂର୍ବରୁ ଦଣ୍ଡପାଣି ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସଞ୍ଜୟଙ୍କୁ ଲାଞ୍ଚ ଟଙ୍କା ଦେବାକୁ କୋଦଳା କକା ହୋଟେଲ ପାଖକୁ ଦଣ୍ଡପାଣି ଡାକିଥିଲେ। ୬ ହଜାର ଟଙ୍କା ସହ ଦଣ୍ଡପାଣି ବାଦାମ ଓ ମୁଗ ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ସେଠାରୁ ସଞ୍ଜୟଙ୍କୁ ତହସିଲ କାର୍ଯ୍ୟାଳୟକୁ ଆଣି ତନାଘନା କରିବା ପରେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।