ଆର୍‌ଜେସିରେ ଯୋଗଦେଲା ସେନ୍‌କୋ

ଭୁବନେଶ୍ୱର,୭ା୯: ପୂର୍ବ ଭାରତର ସର୍ବବୃହତ୍‌ ଗହଣା ରିଟେଲର ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ ରେସ୍‌ପନ୍‌ସିବଲ୍‌ ଜୁଏଲେରି କାଉନ୍‌ସିଲ୍‌ (ଆର୍‌ଜେସି)ର ଏକ ସଦସ୍ୟ ଭାବେ ଯୋଗଦେଇ ଦୂରଦୃଷ୍ଟିସମ୍ପନ୍ନ ଦୀର୍ଘସ୍ଥାୟୀ ଯାତ୍ରା ଆଡ଼କୁ ଏକ ପଦକ୍ଷେପ ଗ୍ରହଣ କରିଛି। ଆର୍‌ଜେସି ୨୦୦୫ରେ ସ୍ଥାପନ କରାଯାଇଥିବା ବେଳେ ଏବେ ବିଶ୍ୱସ୍ତରରେ ୭୧ଟି ଦେଶ ଏହାର ସଦସ୍ୟ ରହିଛନ୍ତି। ଗହଣା ଓ ହାତଘଣ୍ଟା ଶିଳ୍ପ ପାଇଁ ବିଶ୍ୱସ୍ତରୀୟ ମାନକ ନିର୍ଦ୍ଧାରଣ କରିବାରେ ଆର୍‌ଜେସି କାର୍ଯ୍ୟ କରୁଛି। ଦାୟିତ୍ୱବାନ୍‌ ଗହଣା ଓ ହାତଘଣ୍ଟା ଶଳ୍ପ ପାଇଁ ଏହାର ଆଚରଣ ବିଧି ହେଉଛି ଏକ ବିଶ୍ୱସ୍ତରୀୟ ମାନକ ଓ ଦାୟିତ୍ୱବାନ୍‌ ଯୋଗାଣ ଶୃଙ୍ଖଳ ଖଣି ଓ ଧାତବଠାରୁ ଆରମ୍ଭକରି ସୁନା, ରୁପା, ପ୍ଲାଟିନମ, ହୀରା ଓ ରଙ୍ଗିନ ଜେମ୍‌ଷ୍ଟୋନ୍‌ ଆଦି ସବୁ କିଛିକୁ ବିଚାରକୁ ନେଉଛି।

ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶୁଭଙ୍କର ସେନ୍‌ କହିଛନ୍ତି, ଉତ୍ତମ ପରିବେଶ, ସାମାଜିକ ଓ ଗଭର୍ନାନ୍ସ (ଇଏସ୍‌ଜି) ଅଭ୍ୟାସ, ଦାୟିତ୍ୱବାନ ଅଭିବୃଦ୍ଧି ଓ ଦୀର୍ଘସ୍ଥାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସରେ ଆମେ ପ୍ରତିବଦ୍ଧ ରହିଛୁ। ଆର୍‌ଜେସିରେ ଯୋଗଦେବା ସେହି ଦିଗରେ ଆଉ ଏକ ପଦକ୍ଷେପ ଓ ଭାରତର ପ୍ରଥମ ବୃହତ୍‌ ଗହଣା ରିଟେଲର ଭାବେ ରେସ୍‌ପନ୍‌ସିବଲ୍‌ ଜୁଏଲେରି କାଉନ୍‌ସିଲ୍‌ରେ ଯୋଗଦେଇଥିବାରୁ ଆମେ ଗର୍ବିତ। ବିଶ୍ୱ ଗହଣା ଶିଳ୍ପରେ ବିଶ୍ୱସନୀୟତା ବୃଦ୍ଧି କରିବା ଦିଗରେ ଏହି ସଂସ୍ଥା କାର୍ଯ୍ୟ କରୁଛି। ଗହଣା ରିଟେଲିଂରେ ବିଶ୍ୱାସ ହେଉଛି ମୂଳଦୁଆ ଏବଂ ଦୀର୍ଘସ୍ଥାୟୀ ରଣନୀତିକୁ ମୂଳରେ ରଖି ଓ ଆମର ଭବିଷ୍ୟତ ଉଦ୍ୟମ ଅନୁସାରେ ଦାୟିତ୍ୱବାନ୍‌ ଅଭ୍ୟାସର ଏକ ପରିବେଶ ସୃଷ୍ଟି କରିବା ଲାଗି ଆର୍‌ଜେସି ସହ ସହଯୋଗିତା ଗଠନ କରିବାକୁ ଆମେ ଚାହିଁରହିଛୁ।

ସେହିଭଳି ଆର୍‌ଜେସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମେଲାନି ଗ୍ରାଣ୍ଟ୍‌ କହିଛନ୍ତି, ୫ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ସୃଷ୍ଟି ଜରିଆରେ ଗ୍ରାହକମାନଙ୍କୁ ଉଲ୍ଲସିତ କରୁଛି ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ଏବଂ ଜଣେ ସଦସ୍ୟ ଭାବେ ସେମାନଙ୍କୁ ସ୍ବାଗତ କରିବା ସହ ଆଗାମୀ ଦଶନ୍ଧିରେ ସେମାନଙ୍କ ସହ ମିଶି କାର୍ଯ୍ୟ କରିବା ଲାଗି ଆର୍‌ଜେସିରେ ଆମେ ବେଶ୍‌ ରୋମାଞ୍ଚିତ। ଆମ ପାଇଁ ଓ ସାରା ଗହଣା ଶିଳ୍ପ ପାଇଁ ଭାରତ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ସେଥିପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ଆମ ଆର୍‌ଜେସି ପରିବାର ଏକ ଅଂଶ ହେବା ଆମ ଇତିହାସର ଏକ ଗୌରବମୟ ମୁହୂର୍ତ୍ତ।

ସେହିପରି ଆର୍‌ଜେସିର ଏସିଆନ୍‌ ଡେଭେଲପ୍‌ମେଣ୍ଟ ମୁଖ୍ୟ କିଞ୍ଜାଲ ଶାହ କହିଛନ୍ତି, ଆର୍‌ଜେସିରେ ଯୋଗଦେଇଥିବାରୁ ଶୁଭଙ୍କର ସେନ୍‌, ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଟିମ୍‌ ଓ ସ୍ବର୍ଗତ ଶଙ୍କର ସେନ୍‌ଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ। ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ ଇଣ୍ଡିଆ ହେଉଛି ଏକ ଦୂରଦୃଷ୍ଟିସମ୍ପନ୍ନ ରିଟେଲ। ଆର୍‌ଜେସିରେ ଯୋଗଦେବାରେ ସେମାନେ ହେଉଛନ୍ତି ପୂର୍ବ ଭାରତର ପ୍ରଥମ ଓ ସର୍ବବୃହତ୍‌ ରିଟେଲର ଯାହା ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ରିଟେଲରର ନେତୃତ୍ୱ ନେବ। ଏକ ସଦସ୍ୟ ହେବା ଦ୍ୱାରା ଭାରତର ନୂଆ ପିଢ଼ି ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri