Categories: ବାଣିଜ୍ୟ

ଯାଜପୁରରେ ସେନ୍‌କୋ ଆଉଟ୍‌ଲେଟ୍‌

ଭୁବନେଶ୍ୱର ୧୭।୮: ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଯାଜପୁର ଶୋ’ରୁମ୍‌କୁ ନିକଟରେ ନବୀକରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଯାଜପୁରର କେନ୍ଦ୍ର ସ୍ଥଳ ଦଳା ଛକରେ ଥିବା ଏହି ଅତ୍ୟାଧୁନିକ ଶୋ’ରୁମ୍‌କୁ ପୁନଃ ଉଦ୍‌ଘାଟନ କରାଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ବିଶେଷକରି ୨୬୦୦ବର୍ଗଫୁଟ ଜମିରେ ଗଢି ଉଠିଥିବା ଏହି ନବୀକୃତ ଶୋ’ରୁମ୍‌ ସୂକ୍ଷ୍ମ ଭାବେ ପ୍ରସ୍ତୁତ କରାଯାଇଛି।

ଏ ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍‌ କହିଛନ୍ତି, ଆମ ଉଦୀୟମାନ ଗ୍ରାହକଙ୍କ ସ୍ବାଦ ଓ ଅଭିଳାଷକୁ ଗ୍ରହଣ କରବା ସହ ଚମତ୍କାର ଗହଣାର ଭବ୍ୟତା ଓ କାରିଗରିକୁ ସଂରକ୍ଷଣ ଓ ସମୃଦ୍ଧ କରିବା ପ୍ରତି ଆମେ ସମର୍ପିତ। ସେହିଭଳି ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ଓ ଡିଜାଇନ୍‌ ତଥା ମାର୍କେଟିଂ ମୁଖ୍ୟ ଜୋଇତା ସେନ୍‌ କହିଛନ୍ତି, ଡିଜାଇନ୍‌ ଓ ନବସୃଜନ ଉପରେ ଆମର ଗୁରୁତ୍ୱ, ଗ୍ରାହକଙ୍କ ଅଗ୍ରାଧିକାର ଓ ବଜାର ଧାରାକୁ ଜାଣିବାରେ ଆମର ଦକ୍ଷତା, ଆମ ଡିଜାଇନର ସୂକ୍ଷ୍ମତା ଏବଂ ଆମ ଉପତ୍ାଦର ଗୁଣବତ୍ତା ଏବଂ ଫିନିସ୍‌ ହେଉଛି ଆମର ପ୍ରମୁଖ ଦୃଢ଼ତା।

ଯାଜପୁରରେ ନୂତନ ଭାବେ ରୂପାନ୍ତରିତ ଆମ ଶୋ’ରୁମ୍‌ ଏହି ଅଞ୍ଚଳର ଗ୍ରାହକମାନଙ୍କୁ ଚମତ୍କାର ଡିଜାଇନ୍‌ ଗହଣାର ଉତ୍କୃଷ୍ଟ ସମ୍ଭାର ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ସୁନା, ହୀରା, ରୁପା ଓ ପ୍ଲାଟିନମ୍‌ର ବ୍ୟାପକ ଗହଣା ସହିତ ଏଭରଲାଇଟ୍‌, ଗସିପ୍‌, ଡି’ସାଇନିଆ ଭଳି ବ୍ରାଣ୍ଡ୍‌ ଅଧୀନରେ ସୁନ୍ଦର ଗହଣା ପ୍ରଦାନ କରୁଛି। ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ପୁରୁଷମାନଙ୍କ ପାଇଁ ଅହମ୍‌ ଏବଂ ବିବାହ ସମ୍ଭାର ଗହଣା ମଧ୍ୟ ରହିଛି।

Share