Categories: ବାଣିଜ୍ୟ

ସେନ୍‌କୋର ସ୍ବତନ୍ତ୍ର ଫ୍ରିଡମ୍‌ ଅଫର

ଭୁବନେଶ୍ୱର,୧୪।୮: ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ଏକ ଆକର୍ଷଣୀୟ ଏବଂ ସ୍ବତନ୍ତ୍ର ଫ୍ରିଡମ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ସ୍ବାଧୀନତା ଦିବସ ଉପଲକ୍ଷେ ସେନ୍‌କୋର ସ୍ବତନ୍ତ୍ର ଫ୍ରିଡମ୍‌ ଅଫର ସମସ୍ତ ସେନ୍‌କୋ ଷ୍ଟୋରରେ ଶୁଭାରମ୍ଭ କରାଯାଇଛି। ଏହି ଅଫର ୨୦୨୩ ଅଗଷ୍ଟ ୨୦ପର୍ଯ୍ୟନ୍ତ ଉପଲବ୍ଧ। ଉକ୍ତ ଅଫର ଜରିଆରେ ସୁନା, ହୀରା, ରୁପା, ପ୍ଲାଟିନମ୍‌ ଓ ଗସିପ୍‌ ଗହଣା କିଣାକିଣି ଉପରେ ଗ୍ରାହକଙ୍କୁ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। ଏପରିକି ଫ୍ରିଡମ୍‌ ଅଫରରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୧୫% ପର୍ଯ୍ୟନ୍ତ ରିହାତି ଦିଆଯାଉଥିବାବେଳେ ହୀରା ଗହଣାର ଗଢ଼ା ମୂଲ୍ୟ ଉପରେ ୭୭% ପର୍ଯ୍ୟନ୍ତ ରିହାତି ମିଳୁଛି। ସେହିଭଳି ପ୍ଲାଟିନମ୍‌ ଓ ରୁପା ଗହଣା ସହିତ ଗସିପ୍‌ ଗହଣାର ଗଢ଼ା ମୂଲ୍ୟ ଉପରେ ୧୫% ପର୍ଯ୍ୟନ୍ତ ରିହାତି ଗ୍ରାହକମାନେ ପାଇପାରିବେ। ଅପରପକ୍ଷରେ କମ୍ପାନୀ ଜେମ୍‌ଷ୍ଟୋନ୍‌ ଉପରେ ୧୦% ରିହାତି ପ୍ରଦାନ କରୁଥିବା ବେଳେ ପୁରୁଣା ସୁନା ବଦଳରେ ୦% ମୂଲ୍ୟ କାଟ କରାଯାଉଛି।
ଏ ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଡିଜାଇନ୍‌ ଓ ମାର୍କେଟିଂ ମୁଖ୍ୟ ଜୋଇତା ସେନ୍‌ କହିଛନ୍ତି, ଭାରତ ୭୭ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏହି ଐତିହାସିକ ମୁହୂର୍ତ୍ତକୁ ଆମେ ଆମର ଗ୍ରାହକମାନଙ୍କ ସହ ପାଳନ କରିବା ପାଇଁ ଚାହିଁ ରହିଛୁ। ଏପରିକି ଆମେ ଆମର ଚେନ୍‌ ସେଟ୍‌ର ନୂଆ ଡିଜାଇନ୍‌କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିବା ବେଳେ ନୂଆ ମାରିପୋଷା ସମ୍ଭାରକୁ ମଧ୍ୟ ବଜାର ପ୍ରବେଶ କରାଇଛୁ। ସାରା ଭାରତରେ ଅଗଷ୍ଟକୁ ଉତ୍ସବ ମାସ ଭାବେ ପାଳନ କରାଯାଉଥିବା ବେଳେ ଉତ୍ତର ଭାରତରେ ତିଜ୍‌, ଦକ୍ଷିଣ ଭାରତରେ ଓନାମ ଓ ବରାଲକ୍ଷ୍ମୀ ଏବଂ ରାଖିକୁ ସର୍ବଭାରତୀୟ ସ୍ତରରେ ପାଳନ କରାଯାଉଛି।

Share