Categories: ବାଣିଜ୍ୟ

ସେନ୍‌ସେକ୍ସରେ ୨୦୦ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ,୧୦।୧୦: ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି କ୍ରମାଗତ ଭାବେ ଷ୍ଟକ୍‌ ବଜାରର କାରବାର ଉପର ତଳ ରହିବା ଏବଂ ଅନ୍ତଜାର୍ତୀୟ ଘଟଣା ଯୋଗୁ ଦଲାଲ ଷ୍ଟ୍ରିଟ୍‌ର କାରବାର ମଧ୍ୟ ଅନିଶ୍ଚିତା ମଧ୍ୟରେ ଶେଷ ହେଉଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୨୦୦ (୨୦୦.୧୮) ପଏଣ୍ଟ ହ୍ରାସ ପାଇ ୫୭,୯୯୧ (୫୭,୯୯୧.୧୧) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ପ୍ରାୟ ୭୪ (୭୩.୬୫) ପଏଣ୍ଟ ଖସି ୧୭,୨୪୧ (୧୭,୨୪୧.୦୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡିଛି।

Share