Categories: ବାଣିଜ୍ୟ

ଶେୟାର ବଜାରକୁ ପୁଣି ଫେରିଲା ଉତ୍ସାହ, ସର୍ବକାଳୀନ ସ୍ତରକୁ ଛୁଇଁଲା ସେନସେକ୍ସ-ନିଫ୍ଟି

ମୁମ୍ବାଇ, ୧୫।୧୨: ଶୁକ୍ରବାର ଶେୟାର ବଜାର କାରବାର ଆରମ୍ଭରୁ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ଏବଂ ନିଫ୍ଟି ନୂଆ ଶିଖରରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ପଲିସି ବୈଠକ ପରେ ୨୦୨୪ ମାର୍ଚ୍ଚ ମାସରେ ସୁଧହାର କମାଇବା ସମ୍ଭାବନା ଥିବା ଜଣା ପଡିଛି। ଫଳରେ ଏହାର ପ୍ରଭାବ ଭାରତୀୟ ଶେୟାର ବଜାରରେ ମଧ୍ୟ ଦେଖିବାକୁ ମିଳିଛି।

କାରବାର ଆରମ୍ଭରୁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ(ଏନଏସଇ) ୦.୪୫ ପ୍ରତିଶତ ବୃଦ୍ଧି ସହିତ ୨୧,୨୭୯.୨୫ ପଏଣ୍ଟରେ ପହଞ୍ଚିଥିଲା। ସେହିଭଳି ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସୁଚକାଙ୍କ ୦.୪୪ ପ୍ରତିଶତ ବୃଦ୍ଧି ପାଇଁ ୭୦, ୮୨୧.୩୦ ପଏଣ୍ଟରେ ପହଞ୍ଚିଥିଲା।

Share